ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦେଖିବାକୁ ମିଳିଛି ପରକୀୟା ପ୍ରୀତି ର କରୁଣ ପରିଣତି । ସ୍ବାମୀ, ପିଲା ଛୁଆ କୁ ଛାଡି ଅନ୍ୟ ଜଣେ ଯୁବକଙ୍କ ସହ ଫେରାର ହେଉଥିବା ବେଳେ ସେମାନଙ୍କୁ କାବୁ କରିଲେ ମହିଳାଙ୍କ ପରିବାର ଲୋକେ । ସୂଚନା ମୁତାବକ ବାଣପୁର ନରେନ୍ଦ୍ରପୁର ଗ୍ରାମର ଜଣେ ଜୈନିକ ମହିଳା ଗତ କିଛି ବର୍ଷ ତଳେ କାଳୁପଡା ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହିତା ମହିଳା ଜଣଙ୍କ ନାଚୁଣୀ ସଲପଡ଼ି ଅଞ୍ଚଳର ଜଣେ ଯୁବକଙ୍କ ସହ ପୁଣି ପ୍ରେମ ସମ୍ପର୍କ ରଖିଥିଲେ । କିଛି ଦିନ ତଳେ ମହିଳା ଜଣଙ୍କ ନିଜ ସ୍ବାମୀ, ପିଲା ଛୁଆ କୁ ଛାଡି ସଲପଡ଼ି ଅଞ୍ଚଳର ଯୁବକଙ୍କ ସହ ଫେରାର ହୋଇ ଯାଇଥିଲେ । ଆଜି ବାଣପୁର କୋର୍ଟ କୁ କୋର୍ଟ ମ୍ୟାରେଜ କରିବାକୁ ଆସିଥିବା ବେଳେ ମହିଳାଙ୍କ ପରିବାର ଲୋକେ ଖବର ପାଇଁ ତାଙ୍କ ଦୁଇଜଣ ଙ୍କୁ ବାଣପୁର ବ୍ଲକ ନିକଟରେ ଧରି ପକେଇଥିଲେ । ଏହା ଜାଣିବା ପରେ ଜନ ସାଧାରଣ ଙ୍କ ଗହଳି ହୋଇଥିଲା , ସବୁ ବୁଝା ସୁଝା ପରେ ଉଭୟ ନିଜ ନିଜ ପରିବାରକୁ ପୁଣି ଫେରି ଯାଇଛନ୍ତି । ମହିଳା ଜଣଙ୍କର ଗୋଟେ ୮ ବର୍ଷର ଝିଅ ୩ ବର୍ଷର ପୁଅ ଥିବାର ସୂଚନା ମିଳିଛି ।
ସ୍ବାମୀ, ପିଲା ଛୁଆ କୁ ଛାଡି ଫେରାର ହୋଇଥିବା ମହିଳାଙ୍କୁ ଧରି ପକେଇଲେ ପରିବାର ଲୋକେ !!!

