ମାଆ ଛେଉଣ୍ତ ଦୁଇଶିଶୁ ଙ୍କୁ ସହାୟତା କଲେ – ସଲିମ୍ ଇବ୍ରାହିମ୍ ଏବଂ ସ୍ବାଗତୀକା ପଣ୍ତା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମାଆ ଛେଉଣ୍ତ ଦୁଇ ଶିଶୁ ପଖାଳ ପାଇଁ ବାର ଦୁଆର ବୁଲୁଛନ୍ତି, ଅଇଁଠା ଟିକେ ରୋଗୀଣା ବାପା ପାଇଁ ବୋହୁଛନ୍ତି । ଏମିତି ଏକ ଖବର ର ଶିରୋନାମା ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମ ଓ ସୋସାଲ ମିଡିଆରେ ପ୍ରସାରଣ ହେବା ପରେ ନୟାଗଡର ସଲିମ୍ ଇବ୍ରାହିମ୍ ଏବଂ ସ୍ବାଗତୀକା ପଣ୍ତା ନିଜ ବନ୍ଧୁ ଦିପକ ସୂତାରଙ୍କ ସହ ବେଗୁନିଆ ର ସେହି ଦୁଇ ଅସହାୟ ଶିଶୁ ସଂଜୟ , କାହ୍ନା ଙ୍କ ଘରେ ପହଂଚିଥିଲେ । ବେଗୁନିଆ ବ୍କକ ଭୁଇଁପୁର ଗ୍ରାମର ସୁଦର୍ଶନ ସ୍ବାଇଁ ଜଣେ ଦିନ ମଜୁରିଆ ଅଟନ୍ତି । ବର୍ଷକ ତଳେ ପଡିଯିବାରୁ ତାଙ୍କର ମେରୁଦଣ୍ତ ଭାଙ୍ଗି ଯାଇଥିଲା । ଯାହାଫଳରେ ସେ ଅକର୍ମଣ୍ୟ ହୋଇ ଘରେ ବସିଛନ୍ତି । ନିଜର ଦୁଇପୁଅ ସଂଜୟ ସ୍ବାଇଁ ବୟସ ୧୧ ବର୍ଷ ବର୍ଷ ଏବଂ ସାନପୁଅ କାହ୍ନା ସ୍ବାଇଁ ଯାହାର ବୟସ ୬ ବର୍ଷ ହେବ । ଆଜକୁ ୫ ବର୍ଷ ତଳେ ଦୁଇ ପୁଅଙ୍କୁ ଛାଡି ମାଆ ରୋଗରେ ପଡି ଆରପାରିକୁ ଚାଲିଗଲେ । କଷ୍ଟେମଷ୍ଟେ ଯେନ ତେନ ଚଳି ଯାଉଥିବା ଦୁଇପୁଅଙ୍କର ଦୁଃଖର କଳାବାଦଲ ଘୋଟି ଆସିଥିଲା , ସୁଦର୍ଶନଙ୍କ ଅଣ୍ଟା ଭାଙ୍ଗିଯିବା ପରେ । ପିଲା ଦୁଇଜଣ ଭୋକ ଉପାସରେ ଚଳୁଛନ୍ତି । ବଡଭାଇ ମାଗିକି ଆଣିଲେ ତିନି ପେଟ ଓଦାକରି ରାତିରେ ଶୁଅନ୍ତି । ପାଖ ପଡିଶା କେତେବା ସହାୟ ହୋଇପାରିବେ । ଅର୍ଥ ଅଭାବରୁ ସୁଦର୍ଶନ ମଧ୍ୟ ଭଲ ଡାକ୍ତର ପରାମର୍ଶ କରିପାରୁ ନାହାନ୍ତି । ସହଯୋଗର ହାତ ବଢେଇବାକୁ ମଧ୍ୟ ସରକାରୀ ପ୍ରଶାସନ ଏ ପର୍ଯ୍ୟନ୍ତ ସୁଦର୍ଶନ ସ୍ବାଇଁଙ୍କ ଘରେ ପହଂଚି ନାହାନ୍ତି । ପ୍ରତିଦିନ କିଛି କିଛି ବଦାନ୍ୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଆସି ପହଂଚି ସହଯୋଗର ହାତ ବଢେଇଛନ୍ତି । ସେମାନଙ୍କ ପାଇଁ ବର୍ତ୍ତମାନ ସମୟରେ ଏକ ସ୍ଥାୟୀ ରକ୍ଷଣାବେକ୍ଷଣର ଦାୟିତ୍ୱ ବହନକାରୀ ସରକାରୀ ହେଉକି ବେସରକାରୀ ସ୍ତରରେ ଆବଶ୍ୟକ ହେଉଅଛି । ଅଳ୍ପ ବୟସରେ ଅଧାରୁ ପାଠ ଛାଡୁଥିବା ଶୈଶବର ଚପଳତାକୁ ଦଳି ମକଚୁ ଥିବା ବଡପୁଅ ସଂଜୟ ସ୍ବାଇଁଙ୍କୁ କେହି ଜଣେବି ପାଖରେ ଦେଖିଲେ ଆଖିରୁ ଲୁହ ବହି ଆସିବ । ନୟାଗଡର ଦୁଇ ସାମାଜିକ କର୍ମୀ ସଂଜୟ ଓ କାହ୍ନା ଙ୍କୁ ନିଜ ସକ୍ଷମ ମୁତାବକ ଗୋଟେ ମାସ ପାଇଁ ରାସନ ସାମଗ୍ରୀ ସହିତ ଚପଲ, ଛତା, ବ୍ୟାଗ ,ସ୍କୁଲ୍ ଉପକରଣ, ପୋଷାକ ଓ ଦୁଇ ହଜାର ଟଙ୍କାର ଆର୍ଥିକ ସହଯୋଗ କରିଥିଲେ । ଭବିଷ୍ୟତରେ ମଧ୍ୟ ମେଡିକାଲ ଓ ପଢା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ରହିବ ବୋଲି ଆମ ପ୍ରତିନିଧିଙ୍କୁ କଥା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *