ସ୍ୱାଧୀନତା ଦିବସରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ପବିତ୍ର ସ୍ବାଧିନତା ଦିବସ ପାଳନ ଅବସରରେ ବୋଲଗଡ ବ୍ଲକ ଡାବରଧୁଆ ପଞ୍ଚାୟତ ପକ୍ଷରୁ କାର୍ଯ୍ୟାଳୟ ସମୁଖରେ ଏହି ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକ ରୁ ବିଭିନ୍ନ କ୍ଷେତ୍ର ରୁ ପ୍ରତିଭାବାନ ବ୍ୟକ୍ତି ବିଶେଷ ଓ ଛାତ୍ରୀଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି . ଆମନ୍ତ୍ରିତ ପ୍ରତିଭା ମାନଙ୍କ ଗହଣ ରେ ଜାତୀୟ ପତକା ଉତ୍ତୋଳନ କରିବା ପରେ ସରପଞ୍ଚ ବିଜୟ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଡାବରଧୁଆ ସେବା ସମବାୟ ସମିତି ସଭାପତି ଯୋଗେନ୍ଦ୍ର ଶ୍ରୀଚନ୍ଦନ ଓ ଅନ୍ୟାନ୍ୟ ଅତିଥି ମାନେ ମିଳିତ ଭାବେ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ . ମରଣୋତ୍ତର ଭାବେ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ବାଙ୍କନିଧି ପରିଡା , ଆକାଶବାଣୀ କଟକ କେନ୍ଦ୍ରର ଧୁଡୁକି ବାଦକ ଓ ଗାୟକ ସ୍ବର୍ଗତ ହଜାରୀ ସେଠି ଓ ସ୍ଥାନୀୟ ସଂକୀର୍ତ୍ତନ ଗାୟକ ସଦାନନ୍ଦ ସାହୁଙ୍କ ପାଇଁ ସେମାନଙ୍କ ଦାୟାଦ ମାନେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଶିକ୍ଷାବିତ୍ ଭାବେ ଡଃ.ସତ୍ୟ ନାରାୟଣ ରଥ, ରାଜ୍ୟପାଳ ପୁରଷ୍କୃତ ଶିକ୍ଷକ ରମାକାନ୍ତ ପଟ୍ଟନାୟକ, ଶିକ୍ଷକ ସୁମନ୍ତ କୁମାର ଜେନା ଏବଂ କଳାକାର ଭାବେ ଖଞଣୀ ବାଦକ କୀର୍ତ୍ତନ ସାହୁ, ମେଳଛ ଜେନା, ଅର୍ଚ୍ଚିତା ଶ୍ରୀଚନ୍ଦନ ଏବଂ ବ୍ୟଙ୍ଗକବି ହାସ୍ୟଭିନେତା ବ୍ରଜବନ୍ଧୁ ସବୁଦ୍ଧି ପ୍ରମୁଖଙ୍କ ସମେତ ସମାଜସେବା କ୍ଷେତ୍ରରେ ପ୍ରଥମ ସରପଞ୍ଚ ଦାଶରଥି ମହାପାତ୍ର, ନାରୟଣ ସାହୁ, ଗୋଲାମ ନବୀ ତରଫଦାର, ପ୍ରଫୁଲ୍ଲ ରାଉତରାୟ, ସତ୍ୟବାଦୀ ଚୌଧୁରି ଓ ସମ୍ପୁର୍ଣ ଶରୀର ଦାନ ପାଇଁ କୃଷ୍ଣଚନ୍ଦ୍ର ସାହୁ ଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା . ଏହି ଅବସର ରେ ପଞ୍ଚାୟତ ଅଞ୍ଚଳର ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଏ – ୧ ଗ୍ରେଡ ପାଇ ଉତ୍ତୀର୍ଣ୍ଣ ହୋଇଥିବା ୫ ଜଣ ଛାତ୍ରୀଛାତ୍ର ଙ୍କୁ ପୁରଷ୍କୃତ କରାଯାଇଥିଲା . ସ୍ଥାନୀୟ ବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ଦେଶାତ୍ମବୋଧକ ନୃତ୍ୟଗୀତ ପରିବେଶଣ କରାଯାଇଥିବା ବେଳେ ସମାଜସେବୀ ଗୋଲଖ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ .

Leave a Reply

Your email address will not be published. Required fields are marked *