ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପରଜଙ୍ଗ ବ୍ଲକର 29 ଟି ପଞ୍ଚାୟତକୁ ନେଇ ପରଜଙ୍ଗ ବ୍ଲକ ସରପଞ୍ଚ ସଂଘ ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ପଦରେ ବିଜେନ୍ଦ୍ର କୁମାର ସାହୁ ଏବଂ ଉପସଭାପତି ଭାବରେ ଜ୍ୟୋସ୍ନାମୟୀ ବିଶ୍ଵାଳ, ସମ୍ପାଦକ ଭାବରେ ବିଶ୍ୱଜିତ୍ ନାୟକ, କୋଷାଧ୍ୟକ୍ଷ ଭାବରେ ସୁନିଲକୁମାର ଧଳଙ୍କୁ ଚୟନ କରାଯାଇଛି !

ସେହିପରି ଉପଦେଷ୍ଟା ରୂପେ କୃଷ୍ଣଚନ୍ଦ୍ର ମହାନ୍ତି , ଅଜିତ୍ କୁମାର ସାହୁ , ଯୋଗଳେଶ୍ୱର ସାହୁ, ସସ୍ମିତା ସାହୁ, ଯଶକେତନ ବିଶ୍ଵାଳ, ଅରୁଣଦୟ ନାୟକ , ବଳରାମ ନାଏକ , ଅଶାନ୍ତି ରାଉତଙ୍କୁ ନେଇ ସଂଘ ଗଠନ କରାଗଲା । ପରଜଙ୍ଗ ପଞ୍ଚାୟତ ସମିତିର ଉନ୍ନୟନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସଭାରେ ନିଷ୍ପତି ନିଆଗଲା ।

