ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ଅଗ୍ରପୂଜ୍ୟ ଶ୍ରୀ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସାଜସଜ୍ଜା, ମୂର୍ତ୍ତି, ଆଲୋକକରଣ ନେଇ ସାହି, କ୍ଲବ, ଅନୁଷ୍ଠାନ ମଧ୍ୟରେ ଦେଖିବାକୁ ମିଳିଛି ପ୍ରତିଯୋଗିତା । ସୂଚନା ଅନୁସାରେ ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ସମଗ୍ର ଓଡ଼ିଶା ର ପର୍ବ ପର୍ବାଣୀରେ ରୋକ୍ ଲଗାଇ ଥିଲା । କଟକଣା ହଟିବା ପରେ ଚଳିତ ବର୍ଷ ସମଗ୍ର ରାଜ୍ୟରେ ଶ୍ରୀ ଗଣେଶ ପୂଜା ମହା ଆଡମ୍ୱରରେ ପାଳିତ ହେଉଛି । ବିଭିନ୍ନ ସ୍ଥାନ ମାନଙ୍କରେ ସାଜ ସଜା ଓ ଗଣେଶ ପୂଜାକୁ ନେଇ ବିଭିନ୍ନ ପ୍ରତିଷ୍ଠାନ ମାନଙ୍କରେ ପ୍ରତିଯୋଗିତା ଲାଗି ରହୁଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ସମସ୍ତ ସାହିରେ ଗଣେଶ ପୂଜା ଚାଲିଥିବା ବେଳେ ବାଲୁଗାଁ ପାଟଣା ସାହିର କଣ୍ଢେଇ କ୍ଲବ ଓ ଚକ୍ରଧରପୁର ସାହିର ଏ,ଆର,ସି କ୍ଲବ ମଧ୍ୟରେ ଚାଲିଛି ପ୍ରତିଯୋଗୀତା l ଦୁଇ ଅନୁଷ୍ଠାନର ସଂଗଠନ ମନୋଭାବ ଏକ ଥିବା ବେଳେ ଗଣେଶ ପୂଜାକୁ ନେଇ ଦୁଇ କ୍ଲବ ମଧ୍ୟରେ ପ୍ରତିଯୋଗିତା ଚାଲିଥିବାର ସମସ୍ତ ସଦସ୍ୟ କହିଛନ୍ତି । ପୂଜା ମଣ୍ଡପ ଆଲୋକ ମାଳା ସହିତ ସୁସଜ୍ଜିତ ମେଢ଼ ଏବଂ ମୂର୍ତ୍ତୀ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭାବନାତତ୍ବକ ମୋହୋଲ ସୃଷ୍ଟି କରୁଛି ।