ମେରିଆ ବଜାର କିଶୋରପୁର ପୂଜା କମିଟିର ନୂତନ ସଭାପତି ଚୟନକୁ ନେଇ ଦ୍ଵନ୍ଦ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ମେରିଆ ବଜାର କିଶୋରପୁର ପୂଜା କମିଟିର ନୂତନ ସଭାପତି ରୁପେ ଅରିନ୍ଦର ରାୟ ନିର୍ବାଚିତ ହୋଇଛନ୍ତି । ସ୍ଥାନୀୟ କ୍ଲବ ଓ ବାସିନ୍ଦା ମାନଙ୍କ ମିଳିତ ସହଯୋଗରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ଏହାର ବିରୋଧ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ନିର୍ବାଚନ ନ ହୋଇ ଚୟନ ପ୍ରକ୍ରିୟା କରାଯାଇଛି । ଆମେ କ୍ଲବ ସଦସ୍ୟମାନଙ୍କୁ ପଚାରି ବୁଝିବା ପରେ ଜାଣିବାକୁ ପାଇଲୁକି ସମସ୍ତଙ୍କ ସହମତି କ୍ରମେ ନିର୍ବାଚନ କରାଯାଇଛି ହେଲେ କିଛି ଖଳ ପ୍ରକୃତିର ଲୋକ ଏହାକୁ ବିରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *