ଚିଲିକା ବ୍ଲକ ପରିସରରେ ନିଯୁକ୍ତି ଶିବିର ଅନୁଷ୍ଠିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରତ ସରକାରଙ୍କ ଅଭିନବ ପ୍ରୟାସ , ବେକାରୀ ଦୂରୀକରଣ ପାଇଁ ଡ଼ିଡ଼ିୟୁ ଜେକେୱାଇ ମାଧ୍ୟମରେ ଏକ କାଉନସେଲିଂ କ୍ୟାମ୍ପ ଆୟୋଜିତ ହୋଇଥିଲା ଚିଲିକା ବ୍ଲକ ପରିସରରେ । ଷଷ୍ଠ କ୍ଳାସରୁ + 3 ପର୍ଯ୍ୟନ୍ତ ପାଠ ପଢି ବେକାର ହୋଇ ରହିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ବେକାରୀ ସମସ୍ୟା ଦୂର କରିବା ପାଇଁ ଚିଲିକା ବ୍ଲକରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବେକାରୀ ମାନଙ୍କୁ ରୋଜଗାର କ୍ଷମ କରାଯାଇପାରିବ ସେ ଉପରେ ଚିଲିକା ବ୍ଲକ୍ ର ପାଖା ପାଖି ୧୭ ଗୋଟି ପଞ୍ଚାୟତର ଗୋଷ୍ଠୀ ସହାୟିକା ଓ ଦକ୍ଷ ନଥିପତ୍ର ପରିଚାଳିକାଙ୍କ ମାଧ୍ୟମରେ ପଞ୍ଚାୟତର ପିଲାଙ୍କୁ ନେଇ ଏକ ଶିବିର ଅନୁଷ୍ଠିତ କରାଯାଇଥିଲା ! ଏଥିରେ ବ୍ଲକ୍ ର ୧୭ ଟି ପଞ୍ଚାୟତର ପାଖାପାଖି ୧୦୫ ଜଣ ପିଲାଙ୍କୁ ପଞ୍ଜିକରଣ କରାଯାଇଛି । ବିପିଏମ ଚାର୍ଜରେ ଥିବା ବିଜୟ କୁମାର ସାହୁ, ବିଏଲସି ସ୍ମିତା ଜାହ୍ନବୀ ନନ୍ଦ, ଏସଡିସି ପୂର୍ଣ୍ଣଚନ୍ଦ୍ର ହୋତା, ବିପିସି ବିପ୍ଳବ ମଲ୍ଲିକ , ଡିସି ଶୁଭମ୍ ମାନ୍ଧାତା , ଜିଲ୍ଲା ପ୍ରୋଜେଟ ମ୍ୟାନେଜର ଦିଗନ୍ତ ରାଉତରାୟ ଉପସ୍ଥିତ ରହି ସମସ୍ତ ପିଲାଙ୍କୁ ପଞ୍ଜିକରଣ କରାଇଥିଲେ ।

Leave a Reply

Your email address will not be published. Required fields are marked *