ଅପରାଧିକ ମାମଲାରେ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲୁଗାଁ ପୁଲିସ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ବାଲୁଗାଁ ପୋଲିସ ବିଭିନ୍ନ ଅପରାଧିକ ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଥାନା ଗୋପୀନାଥପୁର ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲେ ଆଇଆଇସି ରଶ୍ମିରଞ୍ଜନ ଦାସ । ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ଚଢ଼ାଉ କରି ଆଇଆଇସି ୯ ହଜାର ନଗଦ ଟଙ୍କା ଜବତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୧୮୦ / ୨୨ ରେ ମାମଲା ରୁଜୁ କରାଯାଇଛି ।

ସେହିପରି ଭାବେ ଗତକାଲି ରାତିରେ ଆଙ୍କୁଲା ଗ୍ରାମରେ ବେଆଇନ ଦେଶୀ ବିଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ସମୁଦାୟ ୧୨.୫ ଲିଟର ଆସ୍କା ୪୦ ଓ ବିଦେଶୀ ମଦ ଜବତ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୮୧ / ୨୨ ରେ ମାମଲା ରୁଜୁ କରାଯାଇଛି । ଅନୁରୂପ ଭାବେ ବାଲୁଗାଁ ପୋଲିସ ଗତକାଲି ୬ ଗୋଟି ଏନବିଡବ୍ଲୁ ୱାରେଣ୍ଟ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଥାଉ କି ବିଗତ ୧୦ ଦିନ ମଧ୍ୟରେ ବାଲୁଗାଁ ପୋଲିସ ବିଭିନ୍ନ ଅପରାଧିକ ମାମଲାରେ ସମୁଦାୟ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବାଲୁଗାଁ ଥାନା ଅଞ୍ଚଳର କୌଣସି ସ୍ଥାନରେ ମଦ, ଜୁଆ, ଗଞ୍ଜେଇ କାରବାର ଚାଲୁଥିବାର ଯଦି କୌଣସି ବ୍ୟକ୍ତିବିଶେଷ ସୂଚନା ପାଆନ୍ତି, ତେବେ ସେ ନିର୍ଦ୍ବନ୍ଦରେ ଆଇଆଇସିଙ୍କ ବ୍ୟକ୍ତିଗତ ନମ୍ବର ୭୦୦-୮୩୨-୩୮୦୭ ରେ ସୂଚନା ଦେବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ସୂଚନା ଦାତାଙ୍କ ନାମକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଆଇଆଇସି କହିଛନ୍ତି ।

Leave a Reply

Your email address will not be published. Required fields are marked *