ବିନା ଅନୁମତିରେ ବାଜିଲା ଡ଼ିଜେ : ଗାଡ଼ିକୁ ଜବତ କରିଲା ପୋଲିସ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର – ବାଲୁଗାଁ – ଚିଲିକା ଅଞ୍ଚଳରେ ବେଆଇନ ଭାବେ ଡ଼ିଜେ ବାଜିବା ଉପରେ କିଛିଦିନ ତଳେ ଖବର ପ୍ରସାରଣ ହେବା ପରେ ପୋଲିସ ଆକ୍ସନ ମୁଡ଼କୁ ଆସିଛି । ବିଗତ ୩ ଦିନ ହେବ ବାଣପୁର ପୋଲିସ ଏକାଧିକ ଡ଼ିଜେ ଗାଡ଼ି ଜବତ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଅନୁରୂପ ଭାବେ ଏନଏସି କାଇଁଚ ସାହିରୁ ଏକ ଡ଼ିଜେ ଗାଡ଼ିକୁ ଜବତ କରିବା ସହ ଫୌଜଦାରୀ ମାମଲା ରୁଜୁ କରିଥିବାର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି । ଉକ୍ତ ଡ଼ିଜେ ଗାଡ଼ିର କୌଣସି ଅନୁମତି ପତ୍ର ନଥିବା ବେଳେ ରାତି ୮ ଘଟିକାରେ ଉଚ୍ଚ ଶବ୍ଦ ରେ ଡ଼ିଜେ ବଜାଉଥିବାର ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥଲେ । ଅଭିଯୋଗ ପାଇ ତୁରନ୍ତ ଆଇଆଇସି ଉକ୍ତ ସ୍ଥାନକୁ ଯାଇ ଡିଜେ ଗାଡ଼ି ଜବତ କରିଥିଲେ । ଅନୁରୂପ ଭାବେ ଉକ୍ତ ଡ଼ିଜେରେ କିଛି ମଦ୍ୟପ ଯୁବକ ମଧ୍ୟ ନାଚୁଥୁବା ବେଳେ ଥାନା ପରିସରରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିବାରୁ ସେମାନଙ୍କ ନାମରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ ହୋଇଥିବାର ଆଇଆଇସି ଶ୍ରୀ ଦାସ କହିଛନ୍ତି । ୮୪ ଡେସିମିଲ ରୁ ଅଧିକ ଶବ୍ଦ ହେଲେ ବୟସ୍କ ବ୍ୟକ୍ତି ତଥା ହୃଦରୋଗୀଙ୍କ ଜୀବନ ପ୍ରତି ବିପଦ ରହୁଛି । ଏହି ପରିପ୍ରେକ୍ଷୀରେ ଏପରି ବେଆଇନ କାର୍ଯ୍ୟକୁ ଜମା ବି ପ୍ରଶୟ ଦିଆଯିବ ନାହିଁ ବୋଲି ଆଇଆଇସି କହିଛନ୍ତି । ସଡିପିଓଙ୍କ ନିର୍ଦ୍ଦେଶ ମୁତାବକ ବେଆଇନ ଡ଼ିଜେ ବାଜିବାକୁ ନେଇ ବାଲୁଗାଁ ପୋଲିସ ଶକ୍ତ ଅଭିମୁଖ୍ୟ ଗ୍ରହଣ କରିଛି । ସେହିପରି ଭାବେ ଡ଼ିଜେ ବଜେଇବା ପାଇଁ ଆଇନ ଅନୁଯାୟୀ ଅନୁମତି ପତ୍ର ଆଣି ଜନସାଧାରଣ ମାନେ ତାହା ବଜାଇ ପାରିବେ ବୋଲି ବାଲୁଗାଁ ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *