ଗଣେଶ ପୂଜା ଉପଲକ୍ଷେ ଅନ୍ନ ପ୍ରସାଦ ବଣ୍ଟନ ସହ ଭଜନ ସମାରୋହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମରେ ଯୁବ ଗୋଷ୍ଠୀ ମାନେ ଏକତ୍ରିତ ହୋଇ ଅନ୍ନ ପ୍ରସାଦ କରି ଗ୍ରାମବାସୀ ମାନଙ୍କୁ ଶ୍ରଦ୍ଧା ର ସହ ଅନ୍ନ ପ୍ରସାଦ ସେବନ କରାଇଛନ୍ତି । ସନ୍ଧ୍ୟା ହେଲେ ଭଜନ କୀର୍ତ୍ତନ କରାଯାଇ ଗଣେଶ ଠାକୁର ଙ୍କ ନିକଟରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଜମୁଛି । ଗ୍ରାମବାସୀ ମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ଗ୍ରାମର ଯୁବ ଗୋଷ୍ଠୀ ଓ ୱାର୍ଡ ସଭ୍ୟ ସରୋଜ କୁମାର ଜେନା ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦିଲ୍ଲୀପ, ରବି, ସନ୍ତୋଷ, ରାଜେନ୍ଦ୍ର, ଜୟ, ପିଣ୍ଟୁ, ଲକି , ଧନଞ୍ଜୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *