ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ” ଭଗବତୀଙ୍କ ପୀଠରେ ଦୁର୍ଗାତ୍ସବ ଆରମ୍ଭ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ” ଭଗବତୀଙ୍କ ପୀଠରେ ଦୁର୍ଗାତ୍ସବ ପର୍ବ ଆରମ୍ଭ ହୋଇ ଯାଇଛି । ଏହି ପର୍ବ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ, ପ୍ରଥମ ଆଠ ଦିନ ମୁଖ୍ୟ ମନ୍ଦିରରେ ରୀତିନୀତି ଏବଂ ଶେଷ ଆଠଦିନ ବାହାର ପର୍ବ ସାତ ବଖରା ପର୍ବ ଗୃହରେ ଅନୁଷ୍ଠିତ ହୋଇଥାଏ । ଭିତର ପର୍ବରେ ମା” ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ, କନକ ଦୁର୍ଗା ଏବଂ ମା” ଭଗବତୀଙ୍କ ପ୍ରଥମ ସେବକ ବଳିଜେନା ବାଣପୁର ବଜାର ପରିକ୍ରମା କରି ମୁଖ୍ୟ ମନ୍ଦିରରେ ଥିବା ଭିତର ପର୍ବ ଗୃହରେ ବିଜେ କରିବେ । ପୂଜା ସମାପନ ପରେ ବିଳମ୍ବିତ ରାତ୍ରୀରେ କାଠି ଠାକୁରାଣୀ ପୁର୍ନବାର ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।ଏ ସମୟରେ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ସହ ଦିନେ ଛଡ଼ା ଦିନେ “ବଳି ନାଟ” ହୁଏ । ଏହିପରି ଅମାବାସ୍ୟା ଯାଏଁ ପ୍ରତ୍ୟେହ କାଠି ଠାକୁରାଣୀ ମା” ଭଗବତୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବାହାରି ମୁଖ୍ୟ ମନ୍ଦିରରେ ବିଜେ କରିଥାନ୍ତି । ଅମାବାସ୍ୟା ଦିନ ଭିତର ପର୍ବ ଶେଷ ହେବା ପରେ ମା” ଭଗବତୀଙ୍କ ସମେତ ସାତ ଭଉଣୀ ଦକ୍ଷେଶ୍ଵର ମନ୍ଦିର ନିକଟରେ ସ୍ୱତନ୍ତ୍ର ଭାବେ ନିର୍ମିତ ସାତ ବଖରା ଗୃହରେ ବିଜେ କରିବେ।

Leave a Reply

Your email address will not be published. Required fields are marked *