ବାଣପୁର – ବାଲୁଗାଁ ରୋଟାରୀ କ୍ଳବ ତରଫରୁ ମାଗଣା ହୃଦୟ ଚିକିତ୍ସା ଶିବିର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରୋଟାରୀ କ୍ଳବ ବାଣପୁର – ବାଲୁଗାଁ ଓ ଆପୋଲ ହସ୍ପିଟାଲ ଭୁବନେଶ୍ବର ମିଳିତ ଉଦ୍ୟମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏଜୁକେୟାର ସ୍କୁଲ ପରିସରରେ ଆଜି ଏକ ମାଗଣା ହୃଦୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ହୃଦୟ ଚିକିତ୍ସା ଶିବିରରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରତ୍ୟୁସ ପୁଲକ ନାକ୍ , ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଶତାଧିକ ବ୍ୟକ୍ତି ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀୟାନ ଡାକ୍ତର ସୁରେନ୍ଦ୍ର ନାଥ ପାତ୍ର , ଡାକ୍ତର ଯୋଗୀ ସେନାପତି , ଆଇନଜୀବି ବିପ୍ଳବ କୁମାର ମୁଦୁଲି , ରବିନାରାୟଣ ପାଲ , ରବି ନାରାୟଣ ନାୟକ , ଓମ୍ ପ୍ରକାଶ ଅଗ୍ରଓ୍ବାଲା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ । ଏହି ମାଗଣା ଶିବିରରେ ବାଣପୁର , ବାଲୁଗାଁ ଅଞ୍ଚଳର ଶତାଧିକ ବ୍ୟକ୍ତି ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *