ଅହିଂସା ରଥକୁ ସୁକିନ୍ଦାରେ ଭବ୍ୟ ସ୍ୱାଗତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସ୍ୱାଧୀନତାର 75 ବର୍ଷ ପୂର୍ତ୍ତୀ ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ବ୍ୟାପି ପରିକ୍ରମା କରୁଥିବା ଅହିଂସା ରଥକୁ ସୁକିନ୍ଦା ଅଞ୍ଚଳରେ ଭବ୍ୟ ସ୍ୱାଗତ ! ଯାଜପୁର ରୋଡରୁ ବାହାରି ବୁଧବାର ଅପରାହ୍ନରେ ଅହିଂସା ରଥ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ତାହାକୁ ସ୍ୱାଗତ କରାଯାଇଥିବା ଦେଖିବକୁ ମିଳିଥିଲା l ବିଡ଼ିଓ ତାପସ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲା ସଂସ୍କୃତି ଅଧିକାରୀ ଜଗନ୍ନାଥ ମଲ୍ଲିକ, ଜିଲା ପରିଷଦ ସଦସ୍ୟ ପ୍ରତାପ କେଶରୀ ପଟ୍ଟନାୟକ, ସାଧୁ ଚରଣ ତିଉ ଓ ଜେମା ଚାଖି, ବ୍ଲକ ପଞ୍ଚାୟତ ଅଧିକାରୀ ସତ୍ୟ ଭୂଷଣ ବିଶ୍ୱାଳ, ଯୋଗାଣ ଅଧିକାରୀ ଦେବାଶିଷ କର, ସହକାରୀ ଯନ୍ତ୍ରୀ ଅନନ୍ତ ନାରାୟଣ ସେଠୀ ଓ ଅନ୍ୟ ସମସ୍ତ ଅଧିକାରୀ କର୍ମଚାରୀ, ସୁକିନ୍ଦା କଲେଜ ଅଧ୍ୟକ୍ଷ ଶରତ କୁମାର ନାୟକ, ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ମନୋରଞ୍ଜନ ଦାସଙ୍କ ସମେତ ସୁକିନ୍ଦା କଲେଜ ଏନସିସି, ସ୍କାଉଟ ଓ ଗାଇଡ଼, ଏନଏସଏସ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ବୁଦ୍ଧିଜୀବି, ସଂସ୍କୃତି ପ୍ରେମୀ ଏଥିରେ ସାମିଲ ହୋଇ ଏହି ରଥକୁ ସ୍ୱାଗତ କରିଥିଲେ l ଭାରତୀୟ ବିଦ୍ୟା ନିକେତନ, ଆଦର୍ଶ ବିଦ୍ୟାଳୟ ଓ ବ୍ଲକର ବିଭିନ୍ନ କଳାକାର ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଭବ୍ୟ ସ୍ଵାଗତ କରାଯାଇଥିଲା l

Leave a Reply

Your email address will not be published. Required fields are marked *