ତାଳଚେର ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ମା ଦୁର୍ଗା ମନ୍ଦିର ନିକଟରେ ତାଳଚେର ଲିଙ୍ଗରାଜ କୋଇଲାଖଣି ସାଇଲୋ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତାଳଚେର ବିଜେପିର ଜଣେ ଦକ୍ଷ ଯୁବ ନେତା ତଥା କଣ୍ଢାଳ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରଙ୍ଗାଧର ନାହାକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ସାଇଲୋ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ବହୁ ସମସ୍ୟା କୁ ନେଇ ଆଲୋଚନା କରାଯାଇଥିଲା । ଶ୍ରମିକ ମାନଙ୍କୁ ଉପଯୁକ୍ତ ଦରମା , ସୁରକ୍ଷା ଉପକରଣ ,ଇପିଏଫ ଓ ମେଡ଼ିକାଲ ସୁବିଧା ଯୋଗାଇବା ପାଇଁ ଏକ ବଡ଼ ଧରଣର ଧର୍ମଘଟ ଡାକରା ଦିଆଯିବ ବୋଲି ବୈଠକ ରେ ସ୍ଥିର କରାଯାଇଛି । ଆଜିର ଏହି ବୈଠକରେ ତାଳଚେର ଅଞ୍ଚଳର ଯୁବ ନେତା ତାପସ କୁମାର ସାହୁ ଓ ବରିଷ୍ଠ ବିଜେପି ନେତା ଚୈତନ୍ୟ ପ୍ରଧାନ ଉପସ୍ଥିତ ଥିଲେ ।
ହକ ପାଇଁ ଆଗାମୀ ଦିନରେ ଜୋରଦାର ଲଢେଇ ହେବ – ରଙ୍ଗାଧର !!!

