ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହି ଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟରେ ଥିବା ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ପଦବୀଟି ଦୀର୍ଘ ଦିନ ହେଲା ଖାଲି ପଡ଼ିଛି । ଏହାର ଦାୟିତ୍ୱ ତୁଲାଉଛନ୍ତି ସହକାରୀ ମତ୍ସ୍ୟ ଅଧିକାରୀ ଲିସା ବେହେରା, ଏହି ବିଭାଗରର କିଛି ଅଧିକାରୀ ଏକାଧିକ ଦାୟିତ୍ୱ ତୁଲାଉଥିବାର ଦେଖିବାକୁ ମିଳିଛି । ବ୍ଳକର ଏ ଫି ଓ ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ ଜଣେ ଅଧିକାରୀ ଏକାଧିକ ଦାୟିତ୍ୱ ତୁଲାଉ ଥିବାର ଜଣା ପଡ଼ିଛି । କ୍ଷେତ୍ର କର୍ମଚାରୀ ଦୀର୍ଘ ବର୍ଷ ହେଲା ବଦଳି ନ ହେବା ର ଅଭିଯୋଗ ହେଉଛି । ଏଠାକାର ଅଫିସରେ କାର୍ଯ୍ୟରତ କିଛି କର୍ମଚାରୀ ପଦୋନ୍ନତି ହୋଇ ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ର ଦେଖିବାକୁ ମିଳିଛି । ଏପରି କି ଦୀର୍ଘ 10 ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । 3 ବର୍ଷ ରୁ ଉର୍ଦ୍ଧ୍ବ ଗୋଟିଏ ଜାଗାରେ କାର୍ଯ୍ୟ କରି ପାରିବେ ନାହିଁ ବୋଲି ସରକାରଙ୍କ ନିୟମ ରହିଛି । କିନ୍ତୁ ଏଠାରେ 10 ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟାଳୟରେ ରହିଥିବାର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ।ଏପଟେ ସରକାର 5 T ମୋ ସରକାର କହୁଥିବା ବେଳେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଦୀର୍ଘ ବର୍ଷ ହେଲା କର୍ମଚାରୀଙ୍କ ବଦଳି ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେଣୁ ତୁରନ୍ତ ଦୀର୍ଘ 5 ବର୍ଷ ରୁ 10 ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ତୁରନ୍ତ ବଦଳି କରାଗଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ଆଶା କରାଯାଉଛି ।
ସମସ୍ୟା ଘେରରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ !!!

