ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ୟୋର୍ସ ହୋପ ଫାଉଣ୍ଡେସନ ତରଫରୁ ନରଣଗଡ ପଞ୍ଚାୟତର ହାଡପଦା ଗ୍ରାମ ରେ ଅବସ୍ଥିତ ଭୈରବୀ ଇଂରାଜୀ ମିଡ଼ିୟମ ସ୍କୁଲ ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦ ରୁ ଉର୍ଦ୍ଧ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ସେମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଓ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଅଭିଜ୍ଞ ଡାକ୍ତର ବିଶ୍ଵନାଥ ପଟ୍ଟନାୟକ , ଡ଼ାକ୍ତର ଗାୟତ୍ରୀ ମହାନ୍ତି ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଏଥିରେ ଗ୍ରାମର ଗ୍ରାମବାସୀ ଓ ସମାଜସେବୀ ବୈକୁଣ୍ଠ ନାଥ ମାର୍ଥା , ଆଲୋକ ସୁନ୍ଦରାୟ , ସନ୍ତୋଷ କୁମାର ମିଶ୍ର ଓ ୟୋର୍ସ ହୋପ ସଙ୍ଗଠନ ସଦସ୍ୟ ସଂଗ୍ରାମ ରଣା , ରାଜେଶ ପରିଡ଼ା, ବିଚିତ୍ର ସେନାପତି, ପ୍ରଜ୍ଞା ପାରମିତା, ଅନୁପମା ନାୟକ, ମାନସ ସେନାପତି, ବିକାଶ ପଟୁଆରସିଂ, ସୂର୍ଯ୍ୟକାନ୍ତ ସୁନ୍ଦରାୟ ବାଦଲ କୁମାର ସେନାପତି, ବିପିନ ପରିଡ଼ା, ଦେବାଶିଷ ପରିଡ଼ା ସାହଯ୍ୟ ଓ ସହଯୋଗ କରିଥିଲେ । ଏହି କାର୍ଯ୍ଯକ୍ରମ ଟି ୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ରୀନାରାଣୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।