ପାର୍ବଣ ଆଗମନରେ ବାଙ୍କୀ ର ମା ଚର୍ଚ୍ଚିକା ପୀଠ ଚଳଚଞ୍ଚଳ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରସିଦ୍ଧ ଶକ୍ତିକ୍ଷେତ୍ର ମା ଚର୍ଚ୍ଚିକା ଙ୍କ ପୀଠରେ ଦୁର୍ଗା ପୂଜା କୁ ନେଇ ସମସ୍ତ ନୀତିକାନ୍ତି ଚାଲିଥିବା ବେଳେ ମା ଦେଉଛନ୍ତି ଭିନ୍ନ ଭିନ୍ନ ବେଶରେ ଦର୍ଶନ ! ସେପଟେ ବାଙ୍କୀର ଗଣପର୍ବ କୁମାର ପୂର୍ଣିମା କୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁ ଠୁ ସହର ! ଦୀର୍ଘ ଦୁଇ ବର୍ଷ ର ବ୍ୟବଧାନ ପରେ ଚଳିତ ବର୍ଷ ପାଳିତ ହେବାକୁ ଯାଉଛି କଟକଣା ମୁକ୍ତ ଉତ୍ସବ ! କଟକ ଜିଲ୍ଲା ବାଙ୍କୀର ଗଣପର୍ବ କୁମାର ପୁର୍ଣିମା ସହିତ ବାଙ୍କୀ ମହୋତ୍ସବ ପାଳନକୁ ନେଇ ଚଳଚଞ୍ଚଳ ଗାଁ ରୁ ସହର ! ଗୋଟେ ପଟେ ଦୁର୍ଗତି ନାଶିନୀ ମା ଦୁର୍ଗା ଙ୍କ ଆଗମନ କୁ ନେଇ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା ଚର୍ଚ୍ଚିକାଙ୍କ ଶରତ କାଳୀନ ଷୋଳପୂଜା ପର୍ବ ଆଜିକୁ ନବମ ଦିନ ରେ ପହଁଚି ସାରିଥିବା ବେଳେ ମହାଷ୍ଟମୀ ଦିନ ମା ଭକ୍ତ ଓ଼ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ ମହିଷା ମର୍ଦ୍ଦିନୀ ବେଶରେ ! ଆଉ ଦିନ କେଇଟା ପରେ ପୁର ପଲ୍ଲୀ ର ଗଣପର୍ବ ଦୁର୍ଗା ପୂଜା ସାଙ୍ଗକୁ ପାଳନ ହେବାକୁ ଯାଉଛି ବାଙ୍କୀର ଗଣପର୍ବ କୁମାର ପୂର୍ଣ୍ଣିମା ଓ ବାଙ୍କୀ ମହୋତ୍ସବ ! ଯାହାକୁ ନେଇ ବିଭିନ୍ନ ପୂଜା ମଣ୍ଡପ ରେ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ! ବାଉଁଶର ବଡ଼ ବଡ଼ ତୋରଣ ସାଙ୍ଗକୁ ଗେଟ ତିଆରି ଆରମ୍ଭ ହୋଇ ସାରିଥିବା ବେଳେ ବାଙ୍କୀ ମୁଖ୍ୟ ବଜାର ମଧ୍ୟରେ ରହିଥିବା ମହାଦେବ ମଣ୍ଡପ ସହିତ ମେନ ରୋଡ଼ ପୂଜା ମଣ୍ଡପ ରେ ଶିବ ପାର୍ବତୀ ଙ୍କ ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି !

Leave a Reply

Your email address will not be published. Required fields are marked *