ବାଣପୁର ସୁନାକେରା ଗ୍ରାମରେ ସାମାଜିକ ନାଟକ “ବାବୁ ମୁଠେ ଭିକ ଦିଅ” ମଞ୍ଚସ୍ଥ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସୁନାକେରା ଗ୍ରାମରେ ସୋମବାର ସନ୍ଧ୍ୟାରେ ମା ଜେନାଭୂୟାଣି କ୍ଲବ ସହଯୋଗରେ ଆୟୋଜିତ ନାଟକ ଉତ୍ସବ ଓ ବାଣପୁରର ଇତିହାସ ପୁସ୍ତକ ଉନ୍ମୋଚିତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲେଖକ ବୈକୁଣ୍ଠ ନାଥ ନରେନ୍ଦ୍ର, ଆଇନଜିବୀ ସତ୍ୟ ନାରାୟଣ ମହାପାତ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଲେଖକ ରବୀନ୍ଦ୍ର ନାଥ ପ୍ରଧାନ , ଶିକ୍ଷ୍ୟାବିତ ବାଳ ମୁକୁନ୍ଦ ଦାସ, ଆଇନଜିବୀ ରାଜ ନାରାୟଣ ପଣ୍ଡା, ଡାକ୍ତର ସୁରେନ୍ଦ୍ର ନାଥ ଦାସ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ନନ୍ଦପୁର ସରପଞ୍ଚ ଡ଼ଟୁ ଖୁଣ୍ଟିଆ, ସାମ୍ବାଦିକ ଅନନ୍ତ ଚରଣ ବାରିକ, ସାମ୍ବାଦିକ ଶଙ୍କର ବସ୍ତି , ସାମ୍ବାଦିକ ଜଲୁ ମହାନ୍ତି, ସାମ୍ବାଦିକ ରାକେଶ ସାହୁ, ସମାଜସେବୀ ମନୁ ବାରିକ ଯୋଗ ଦେଇଥିଲେ ! ଏଥିରେ ସଭାପତିତ୍ବ କରିଥିଲେ ଦେବରାଜ ବସ୍ତି । “ବାଣପୁର ଇତିହାସ ହସୁଛି” ପୁସ୍ତକ ଉନ୍ମୋଚନ ହୋଇଥିଲା । ଶାରଦୀୟ ଦୁର୍ଗା ପୂଜା ଅବସରରେ ଜେନାଭୂୟାଣି କ୍ଲବ ତରଫରୁ ସାମାଜିକ ନାଟକ “ବାବୁ ମୁଠେ ଭିକ ଦିଅ” ମଞ୍ଚସ୍ଥ କରାଯାଇଥିଲା । ଏଥିରେ ସୁନକେରା ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *