ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ – ବାଣପୁର ଅଞ୍ଚଳର ଗାଁ ଗହଳିରେ ଚାଲିଛି ଚୋରା ମଦ କାରବାର । ଏହି ଚୋରା ମଦ କାରବାର ମଧ୍ୟରେ ପୁଣି ଅସଲି – ନକଲି ମଦ ବେପାର ଚାଲିଛି , ବହୁ ବିଳମ୍ବରେ ଅବକାରୀ ବିଭାଗ ଏ ସମ୍ପର୍କରେ କିଛି ସୂଚନା ପାଇଲା , ଅସଲି ସହିତ ନକଲି ଚୋରା ମଦ କାରବାର ହେଉଛି , କେତେକ ମଦ୍ୟପ ଏହାକୁ ବ୍ୟବହାର କରି ମୃତ୍ୟୁ ହୋଇ ସାରିଲାଣି ତଥାପି ସ୍ଥାନୀୟ ପୋଲିସ ପାଖରେ କିଭଳି ସୂଚନା ପହଞ୍ଚି ପାରିଲା ନାହିଁ । ଟାଙ୍ଗୀ – ବାଲୁଗାଁ ଅବକାରୀ ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ଆରମ୍ଭ କରିଥିଲା ଧରପଗଡ ! ଆଉ ଏଥିରେ ସଫଳ ହେଲା ଅବକାରୀ ପୋଲିସ । ବାଲୁଗାଁ – ବାଣପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଠାରୁ ବିପୁଳ ପରିମାଣର ଚୋରା ମଦ ସାଙ୍ଗକୁ ଅସଲି – ନକଲି ମଦ ଜବତ କରିଛି ଅବକାରୀ ବିଭାଗ । ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଣପୁର ଥାନା ଅଧିନସ୍ଥ ନୀଳାଦ୍ରିପ୍ରସାଦ ଗ୍ରାମର ଅମିତ ନାୟକ , ଗମେଇ ଗ୍ରାମର ଦିଲ୍ଲୀପ ଲେଙ୍କା , ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବର । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି ।
ଦେଶୀ / ବିଦେଶୀ ସାଙ୍ଗକୁ , ଅସଲି / ନକଲି ଚୋରା ମଦ ଜବତ କରିଛି ବାଲୁଗାଁ ଅବକାରୀ ପୁଲିସ !!!

