ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ କୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ଦ୍ଵାରା ପାରଳାଖେମୁଣ୍ଡି ପୌର ପରିଷଦ ଠାରେ ଥିବା ଭେଙ୍କଟସ୍ଵର ମନ୍ଦିର, ଜାମିଆ ମସଜିଦ୍ ଓ ବାପଟିଷ୍ଟ ଚର୍ଚ୍ଚ ଠାରେ ପ୍ରସ୍ତୁତ ହୋଇଥିବା ସୁଚନା ଫଳକ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ରେ ସୂଚାଇ ଥିଲେ ଯେ ପୌରପରିଷଦ ଠାରେ ଚିହ୍ନଟ ହୋଇଥିବା ବିବାହ ସମ୍ପନ୍ନ କରୁଥିବା 8 ଟି ମନ୍ଦିର , 5 ଟି ଚର୍ଚ୍ଚ ଓ 3 ଟି ମସଜିଦ୍ ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସୁଚନା ଫଳକ ପ୍ରସ୍ତୁତ କରାଯିବ ! ତତ୍ ସହିତ ଜିଲ୍ଲା ରେ ବିବାହ ସମ୍ପନ୍ନ କରୁଥିବା ସମସ୍ତ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ଗୁଡିକ ରେ ସୁଚନା ଫଳକ ମାଧ୍ୟମରେ ବାଲ୍ଯ ବିବହ କୁ ବିରୋଧ କରିବା ସହ ରୋକାଯିବ । ଜିଲ୍ଲା କୁ 2022 ଶେଷ ସୁଦ୍ଧା ବାଲ୍ଯ ବିବହ ମୁକ୍ତ କରିବା ନିମନ୍ତେ ଏହି ଅଭିନବ ପ୍ରୟାସ ସହାୟକ ହେବ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ଶେଖର ପଣ୍ଡା – ଅତିରିକ୍ତ ଜିଲ୍ଲାପାଳ , ଫାଲଗୁନି ମାଝୀ – ପ୍ରକଳ୍ପ ପ୍ରକାଶକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା , ଶ୍ରୀମତୀ ନିର୍ମଳା ସେଠୀ – ପୌର ପରିଷଦ ର ଅଧ୍ୟକ୍ଷା , ଜୁବୁଲି ବେହେରା – ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ , ସୁଶ୍ରୀ ଅର୍ଚନା ମଙ୍ଗରାଜ – ଜିଲ୍ଲା ସଂସ୍କୃତି ଅଧିକାରିଣୀ , ଅରୁଣ କୁମାର ତ୍ରିପାଠୀ – ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ୟୁନିସେଫ ର କର୍ମକର୍ତ୍ତା ଶ୍ରୀମତୀ ନେହା ନାଇଡୁ , UNFPA ର କର୍ମକର୍ତ୍ତା ସୁଶ୍ରୀ ନିକିତା ସିଶୋଦିଆ , ବାଞ୍ଛାନିଧି ଦୁର୍ଗା, ଏକସନ ଏଡ ର ବିକାଶ କୁମାର ମେହେର ଜିଲ୍ଲା ସଂଯୋଜକ ଏକସନ ଏଡ, ମନ୍ଦିର କମିଟି, ମସଜିଦ୍ କମିଟି ଓ ଚର୍ଚ୍ଚ କମିଟିର କର୍ମକର୍ତ୍ତା , ପାରଳାଖେମୁଣ୍ଡି ପୌର ପାଳିକା ର ସମସ୍ତ କର୍ମକର୍ତ୍ତା, ଏକସନ ଏଡ ର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
ସୂଚନା ଫଳକ ମାଧ୍ୟମରେ ମନ୍ଦିର, ଚର୍ଚ୍ଚ ଓ ମସଜିଦ୍ ଗୁଡିକରେ ବାଲ୍ଯ ବିବାହ କୁ ବିରୋଧ !!!

