ଟାଙ୍ଗୀ ବନବିଭାଗ ର ଚଢ଼ାଉ : ପଟିଆ ମାଳ ଜଙ୍ଗଲରୁ କଟା ମାଂସ ଜବତ , ଯୁବକ ଗିରଫ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନବିଭାଗ ରେଞ୍ଜ ଅଧୀନରେ ଥିବା ନୟାଗଡ ଜିଲ୍ଲାର ପଟିଆ ଜଙ୍ଗଲ ! ଏହି ଜଙ୍ଗଲ ରେ ପ୍ରତିଦିନ ଶିକାରୀ ମାନେ ପଶୁ ହେଉ ବା ପକ୍ଷୀ ଶିକାର କରି ସେମାନଙ୍କ ମାଂସ ଲୁଚା ଚୋରାରେ ବିକ୍ରି କରୁଥିଲେ, ସବୁଦିନ ବନବିଭାଗକୁ ଚକମା ଦେଇ ଫେରାର ହେଉଥିବା ଶିକାରୀ ଧରାପଡ଼ିଲେ ଓ କିଛି ଶିକାରୀ ସେଠାରୁ ଧରାପଡି ନଥିବା ସୂଚନା ମିଳିଛି ! ଅଚାନକ କୌଣସି ସୂତ୍ର ରୁ ଖବର ପାଇ ଟାଙ୍ଗୀ ବନବିଭାଗ ଚଢ଼ାଉ କରି କିଛି କଟା ମାଂସ ସହିତ ରଣପୁର ନିକଟସ୍ଥ ଅନ୍ଧାରୁଆ ଗ୍ରାମ ର ଦେବରାଜ ନାୟକ କୁ ଗିରଫ କରିଥିବା ଜଣା ପଡିଛି ! ଘଟଣା ସ୍ଥଳରୁ ଅନ୍ୟ ଶିକାରୀ ମାନେ ଚମ୍ପଟ ମାରିଛନ୍ତି ବୋଲି ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *