ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୪ର୍ଥ ଦିବସରେ ଗଜପତି ଜିଲ୍ଲା ଆନ୍ତଃବିଦ୍ୟାଳୟ ୧୭ ବର୍ଷ ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ! ପ୍ରଥମ ପର୍ଯ୍ୟାୟରେ କାଶୀନଗର ବନାମ ଗୋଶାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ! କାଶୀନଗର ବାଳକ ଟିମ ୪ / ୧ ଗୋଲରେ ବିଜେତା ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ରେ ପାରଳାଖେମୁଣ୍ଡି ପୌର ପାଳିକା ଟିମ ଓ ରାୟଗଡା ଗଜପତି ଟିମ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ପାରଳାଖେମୁଣ୍ଡି ପୌର ପାଳିକା ଟିମ ୩ / ୨ରେ ବିଜୟୀ ହୋଇଛନ୍ତି ! ଆଜିର ଦିବସରେ ଅତିଥି ଭାବେ ପି. ଏ. ଆ. ଟି ଡ଼ି ଏ ଫାଲଗୁନି ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ସେଞ୍ଚୁରିଆନ ପବ୍ଲିକ ସ୍କୁଲ ର ଅଧକ୍ଷା ସୁନିତା ପାଣିଗ୍ରାହୀ, ମହାରାଜ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଶାନ୍ତ କୁମାର ପ୍ରଧାନ, ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ, ମହେନ୍ଦ୍ର ଗିରି ମୁନିସିପାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡ଼. ପତିତପାବନ ବାରିକ ଉପସ୍ଥିତ ଥିବାବେଳେ ଆଇ.ପି ସୁରେନ୍ଦ୍ର ପାତ୍ର, ଅମୁଲ୍ୟ ପାଣିଗ୍ରାହୀ , ପ୍ରମୋଦ ଚନ୍ଦ୍ର ପାଢ଼ୀ, ଏ ସ. ତିରୁପତି , ଏସ.ଏଲ. ରାଓ ପ୍ରମୁଖ ପରିଚାଳନା କରିଥିଲେ !
ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ୪ର୍ଥ ଦିବସ !!!

