୨୦ରୁ ଅଧିକ ବିଦ୍ୟାଳୟରେ ଫିଫା ଫୁଟବଲ୍ ବଣ୍ଟନ କଲେ ବାଣପୁର ଗୋଷ୍ଠି ଶିକ୍ଷା ଅଧିକାରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲୀ , ବ୍ଲକର ୨୦ରୁ ଅଧିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଫିଫା ଫୁଟବଲ ବଣ୍ଟନ କରିଥିଲେ । ଏଥିରେ ବଡଶିରେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ନାଚୁଣୀ, ପତିତପାବନ ଉଚ୍ଚ ବିଦ୍ୟାଳୟ ଗମ୍ଭାରୀମୁଣ୍ଡା, ଗୋଦାବରୀଶ ବିଦ୍ୟାପୀଠ ବାଣପୁର, ସରକାରୀ ଉଚ୍ଚ ବିଦ୍ୟାଳୟ ବାଣପୁର (୧) ଭେଟିନାଥ ଦେବ ବିଦ୍ୟାପୀଠ ଭେଟେଶ୍ୱର, ଉପେନ୍ଦ୍ର ବିଦ୍ୟାପୀଠ ନରେନ୍ଦ୍ରପୁର, ବାନାମ୍ୱର ଏକାଡେମୀ ଭିମପୁର, ଶାଳୀଆ ବିଦ୍ୟା ନିକେତନ ମାଣିକପୁର ଆଦି ୨୦ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ ବଣ୍ଟନ କରି ଶିକ୍ଷା ସହ ଫୁଟବଲ ଖେଳର ଗୁଣାତ୍ମକ ମାନ ବଢାଇବାଓ ଖେଳ ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିବା ଏବଂ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟିହେବତଥା ମନ ପ୍ରଫୁଲ୍ଲ ରହିବା ଆଦି କହୁ କଥା କହିଥିଲେ ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲି ।

Leave a Reply

Your email address will not be published. Required fields are marked *