ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ଭୁବନେଶ୍ୱର ରେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ଦେଶର ଏକମାତ୍ର ପୁସ୍ତକ ମେଳା କଳିଙ୍ଗ ପୁସ୍ତକ ମେଳାର ୨୫ ବର୍ଷ ପୂର୍ତ୍ତି ତଥା ରୌପ୍ୟ ଜୟନ୍ତୀ ଅବସରରେ ‘ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ ରେ ସମ୍ମାନିତ ହେବେ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବିଶିଷ୍ଟ ବ୍ୟଙ୍ଗକବି ଡ଼ଃ. ଗିରିଶ ରଞ୍ଜନ ସାହୁ (ଭାଇରସ) । ଭାଇରସଙ୍କୁ ବ୍ୟଙ୍ଗ ବିଭାଗରେ “ବ୍ୟଙ୍ଗ ବାରୁଦ” ପୁସ୍ତକ ପାଇଁ ସମ୍ମାନିତ କରାଯିବ । ଏହି ପୁସ୍ତକ ମେଳା ଆସନ୍ତା ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ। ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ଦିଆଯିବ ‘ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ ।

