ପ୍ରକ୍ସି ଭୋଟଦାନ କୁ ନେଇ ବିବାଦ : ଥାନାରେ ଏତଲା !!!

Spread the love

ବାଙ୍କୀ ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ବାଙ୍କୀ ରେ ସମବାୟ ନିର୍ବାଚନରେ ପ୍ରକ୍ସି ଭୋଟଦାନ କୁ ନେଇ ବିବାଦୀୟ ପରିସ୍ଥିତି ! ଚର୍ଚ୍ଚା କୁ ଆସିଲେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ! ଆଜି ସମବାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପାଞ୍ଚ ଗୋଟି ଜୋନ ୨, ୫, ୯, ୧୦ ଓ ୧୧ ନମ୍ବର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସମବାୟ ବ୍ୟାଙ୍କ ଅଧିନସ୍ଥ ବାଙ୍କୀ, ବଡ଼ମ୍ବା ଏବଂ ଆଠଗଡ ର ଭୋଟର ମାନେ ମତଦାନ କରିଥିଲେ । ତେବେ ସମବାୟ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ବାଙ୍କୀ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ବେଆଇନ ଭାବେ ଜୋର ଜବରଦସ୍ତ ଭୋଟ ଦେଇଥିବା ୧୦ ନମ୍ବର ଜୋନର ପ୍ରାର୍ଥୀ ଅନି ଲେଙ୍କା ଅଭିଯୋଗ କରିଛନ୍ତି । ସମବାୟ ନିର୍ବାଚନକୁ ନେଇ ବରେନ୍ଦ୍ର କୃଷ୍ଣ ବିଦ୍ୟପୀଠ ପରିସରରେ ଭୋଟ ହେଉଥିବା ବେଳେ ୧୦ ନମ୍ବର ଜୋନ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀ ସୁବାଷ ପାଢ଼ୀ ଏବଂ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଅନି ଲେଙ୍କା ପ୍ରତିଦ୍ବନ୍ଦିତା କରୁଥିଲେ । ତେବେ ଏହି ସମୟରେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ବୁଥରେ ପହଞ୍ଚି ଭୋଟ ଦେବା ପରେ ଆରମ୍ଭ ହୋଇଥିଲା ବିବାଦ ! ସେ ଭୋଟର ନଥିବା ବେଳେ କିଭଳି ଭୋଟ ଦାନ କେନ୍ଦ୍ର କୁ ଗଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିପକ୍ଷ ପ୍ରାର୍ଥୀ ଅନି ଲେଙ୍କା ! ୧୦ ନମ୍ବର ଜୋନର ପ୍ରାର୍ଥୀ ଅନି ଲେଙ୍କା ନିର୍ବାଚନ ଅଧିକାରୀ ତଥା ବାଙ୍କୀ ଉପ ଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ଅଭିଯୋଗ କରିବା ସହ ବାଙ୍କୀ ଥାନାରେ ଏନେଇ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଘଟଣା ସମ୍ପର୍କରେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ନିଜ ପ୍ରତିକ୍ରିୟାରେ କହିଛନ୍ତି , ସେ ୧୦ ନମ୍ବର ଜୋନର ଭୋଟର ସୁଶାନ୍ତ କୁମାର ସାହୁ ( ସିରିୟଲ ନମ୍ବର 179 ) ଙ୍କ ଅନୁରୋଧ କ୍ରମେ ତାଙ୍କ ଭୋଟ ଦେଇଥିଲେ !

Leave a Reply

Your email address will not be published. Required fields are marked *