ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ପୁରୁଣା ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ସଂଗଠନ ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟ ର ଏକ ସାଙ୍ଗଠନିକ ବୈଠକ ଶ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ସମୁଖ ପ୍ରାନ୍ତରରେ ଆୟୋଜିତ ହୋଇଯାଇଛି ! ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଦୀର୍ଘ ତିନି ବର୍ଷ ଧରି ବିଭିନ୍ନ ସାମାଜିକ କାମ ଜାରି ରଖିଛି ନିର୍ଭୟା ଚ୍ୟାଟିଟେବଲ ଟ୍ରଷ୍ଟ ! ଆଗାମୀ ଦିନରେ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ! ଆୟୋଜିତ ବୈଠକରେ ଅନୁଷ୍ଠାନର ସଭାପତି ରିତୁରାଣୀ ସାସମଲ , ସାଧାରଣ ସମ୍ପାଦକ ସନ୍ଧ୍ୟାରାଣୀ ବିଶୋଇ , କୋଷାଧ୍ୟକ୍ଷ ମମତା ସ୍ୱାଇଁ, ଶାଶ୍ଵତୀ ନାୟକ , ଆରତୀ ଦାଶ, ସ୍ଵର୍ଣ୍ଣଲତା ବେହେରା ଏବଂ ଅନ୍ୟ ସଭ୍ୟା ମାନେ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ !

