ଟାଙ୍ଗୀ ବନ ବିଭାଗ ପଟିଆ ମାଳ ଜଙ୍ଗଲ ଫରେଷ୍ଟ ବିଟ୍ ହାଉସ ଏରିଆରୁ ଦନ୍ତାହାତୀ ର ମୃତଦେହ ଉଦ୍ଧାର !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ପଟିଆ ମାଳ ଜଙ୍ଗଲ ଫରେଷ୍ଟ ବିଟ୍ ହାଉସ ଏରିଆ ମଧ୍ୟରେ ଗୋଟିଏ ଦନ୍ତାହାତୀ ର ମୃତଦେହ ଦେଖିବାକୁ ମିଳିଛି । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ଟାଙ୍ଗୀ ବନ ବିଭାଗର ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି । ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାର ପଟିଆ ମାଳ ଜଙ୍ଗଲରେ ଏବେ ୧୩ ଟି କିଆ ଜଙ୍ଗଲି ହାତୀ ଥିବା ଟାଙ୍ଗୀ ବନ ବିଭାଗ ପକ୍ଷରୁ କୁହାଯାଇଛି । ଦନ୍ତାହାତୀ ର ମୃତଦେହ କୁ ଡାକ୍ତରୀ ଦଳ ବ୍ୟବଛେଦ କରିଛନ୍ତି ଏବଂ ସମସ୍ତ ପରୀକ୍ଷା ନିରୀକ୍ଷା ପରେ କାରଣ ସ୍ପଷ୍ଟ ହେବ। ମୃତ ଦନ୍ତାହାତୀ ଟି କିଛି ଦିନ ଧରି ଅସୁସ୍ଥ ଥିଲା ମାତ୍ର ହାତୀ ପଲ୍ଲ ଙ୍କ ମଧ୍ୟରେ ଏହି ଦନ୍ତାହାତୀ ଟି ରହିଥିବା ଯୋଗୁଁ ତା’ ର ଚିକିତ୍ସା ସମ୍ଭବ ହେଉନଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *