ଗୋଶାଣୀ ବ୍ଳକ ରେ କୃଷି ସଚେତନତା ରଥର ଶୁଭାରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ପଞ୍ଚାୟତ ସମିତି ପ୍ରାଙ୍ଗଣରେ କୃଷି ସଚେତନତା ରଥ ଉଦଘାଟିତ ହୋଇ ଯାଇଛି । ଏହି ରଥକୁ ବ୍ଳକର ଆକାଉଣ୍ଟାଣ୍ଟ ଗଜେନ୍ଦ୍ର ବେହେରା ଏବଂ ସରକାରୀ ଯନ୍ତ୍ରି ନିହାର ନାୟକ ଉଦଘାଟନ କରିଥିଲେ । ଏହି କୃଷି ରଥ କୃଷି ବିଭାଗ ଦ୍ଵାରା ଚାଲିଥିବା ସମସ୍ତ ଯୋଜନା ଯଥା କୃଷକ ଓଡ଼ିଶା 6011 ସୁଗମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ ଓ କୃଷି ବିଭାଗର ମହିଳା ଗୋଷ୍ଠୀ ସଂଗଠନ ପାଇଁ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବ୍ଳକର ସମସ୍ତ ଗ୍ରାମାଞ୍ଚଳ ବୁଲି ବୁଲି ସଚେତନତା କରିବ। ଏହା ସହ ମାଛ ଚାଷ, କୁକୁଡ଼ା ପାଳନ, ଛତୁ ଚାଷ, ପନିପରିବା ଚାଷ କରି ସମନ୍ୱିତ ଚାଷ ପଦ୍ଧତିରେ କିପରି ଲାଭ ଦାୟକ ହୋଇ ପାରିବେ କେଉଁଠି ତଥ୍ୟ ଓ ଆବେଦନ କରିପାରିବେ ଆଦି କୁ ନେଇ ବିସ୍ତୃତ ଭାବେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗୋଶାଣୀ ବ୍ଳକ ର ସମସ୍ତ ଗ୍ରାମାଞ୍ଚଳ ଭ୍ରମଣ କରି ସୂଚନା ଓ ପରାମର୍ଶ ଦେବା ସଙ୍ଗେ ସଙ୍ଗେ କୃଷି ଓ କୃଷକର ଉନ୍ନତିରେ ସହାୟକ ହେବା ଉଦ୍ଦେଶ୍ୟରେ ଏହି କୃଷି ସଚେତନତା ରଥ ଭ୍ରମଣ କରୁଛି ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ ରେ କୃଷି ବିଭାଗ ଏବଂ ବ୍ଳକ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *