ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗୁରୁବାର ଅପରାହ୍ନରେ ସୁକିନ୍ଦା ଥାନା ଅଞ୍ଚଳରେ ଦୁଇଟି ବାଇକ୍ ଦୁର୍ଘଟଣା ଘଟି ୬ ଜଣ ଆହତ ହୋଇଛନ୍ତି , ସେମାନଙ୍କ ମଧ୍ୟରୁ ଦୁଇ ଗୁରୁତର ଥିବା ଜଣାପଡିଛି । ସୁକିନ୍ଦା ଅଶୋକଝର ରାସ୍ତାର ହରିଡାବାହାଳି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ମାନେ ହେଲେ ରାଙ୍କିଆ ଗ୍ରାମର ଯୋଗେଶ୍ୱର ମହନ୍ତଙ୍କ ପୁଅ ଲିଲିକାନ୍ତ ମହାନ୍ତ (୨୨), ଶମ୍ଭୁନାଥ ମହାନ୍ତ(୧୪), ପଳାଶଖଳି ମଟକା ତିରିଆଙ୍କ ପୁଅ ଲକ୍ଷ୍ମଣ (୯), କଙ୍କଡାହାଡ ସୁବାସ ଗାଗରାଇଙ୍କ ପୁଅ ମଧୁ (୮), କାଞ୍ଜିଆପାଳ କୃଷ୍ଣ ନାୟକଙ୍କ ପତ୍ନୀ ଝିଲୀ ଓ ପୁଅ ପପୁ ବୋଲି ଜଣା ପଡିଛି । ସୂଚନା ମୁତାବକ କାଳୀପୂଜା ପାଇଁ ପଳାସଖଳି ମଟକା ତିରିଆଙ୍କ ଘରକୁ ଲିଲି କାନ୍ତ, ମଧୁ ଓ ଶମ୍ଭୁନାଥ ବୁଲିବା ପାଇଁ ଆସିଥିଲେ । ଗୁରୁବାର ଦିନ ସିଙ୍ଗାଡ଼ିଆ ଫାର୍ମ ବନ୍ଧକୁ ଗାଧୋଇବା ପାଇଁ ଯାଇ ଫେରୁଥିବା ସମୟରେ କାଞ୍ଜିଆପାଳ ଗ୍ରାମ ପପୁ ଓ ମା ଝିଲ୍ଲି ଯାଉଥିବା ବାଇକ ସହ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେମଧ୍ୟରୁ ଲିଲି ମହାନ୍ତ ଓ ନାବାଳକ କଙ୍କଡାହାଡ ସୁବାସ ଗାଗରାଇଙ୍କ ପୁଅ ମଧୁ (୮) ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ବାଇକ ଦୁର୍ଘଟଣାରେ ୬ ଆହତ : ଦୁଇ ଗୁରୁତର କଟକ ସ୍ଥାନାନ୍ତର !!!

