ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର କାର୍ତ୍ତିକ ମାସ ଅବସରରେ ବାଣପୁର ବିଜ୍ଞାପିତ ଅଞ୍ଚଳ ଶ୍ରୀନିବାସପୁର ଗ୍ରାମର ମା କୁଣ୍ଡାଖାଇ ଦେବୀ ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ବାରା ନବମ ଅବଦାନରେ ନାଟ୍ୟକାର ମାଧବ ଚନ୍ଦ୍ର ବିଶ୍ୱାଳ ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ସାମାଜିକ ନାଟକ କହ୍ନେଇ ରାଜା ମୋ ବାଇଦ ବଜା ମଞ୍ଚସ୍ଥ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ର ଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଦେବୀ ପ୍ରସାଦ ମିଶ୍ର , ମୁଖ୍ୟ ବକ୍ତା ଭାବେ ଶକ୍ତି ପ୍ରସାଦ ମହାନ୍ତି , ସମ୍ମାନିତ ଅତିଥି ଭାବେ ଗିରିଜା ଶଙ୍କର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ନନ୍ଦ , ସତ୍ୟ ନାରାୟଣ ହୋତା, ପୃଥିରାଜ ପଟ୍ଟନାୟକ , ରାକେଶ ସାହୁ, ନାରାୟଣ ହୋତା , ଭଗବାନ ମଲିକ ଓ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ନାଟକ ପ୍ରାରମ୍ଭରୁ ପ୍ରଦୀପ ପ୍ରଜୋଳନ କରିବା ସହ କଳା, ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଅଧିକାରୀ କାଶୀନାଥ ସ୍ଵାଇଁ, ମ୍ୟାନେଜର ଅଭିମନ୍ୟୁ ପ୍ରଧାନ , ନିରଞ୍ଜନ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ । ଏହି ସାମାଜିକ ନାଟକ ଟିକୁ ଦେଖିବାପାଇଁ ସ୍ଥାନୀୟ ଅଂଚଳର ବହୁ ନାଟକ ପ୍ରେମୀଙ୍କର ସମାଗମ ହୋଇଥିଲା ।
ବାଣପୁର ଶ୍ରୀନିବାସପୁର ଗ୍ରାମରେ ନାଟକ ମଞ୍ଚସ୍ଥ : କହ୍ନେଇ ରାଜା ମୋ ବାଇଦ ବଜା !!!

