ଟାଙ୍ଗୀ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ବୈଠକ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଆଲୁମୁନି ଆସୋସିଏସନ୍ କମିଟି ର ସଭାପତି ରମାଵଲଭ ମିଶ୍ରଙ୍କ ସଭାପତିତ୍ବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସଂଜୟ କୁମାର ମହାପାତ୍ରଙ୍କ ଉପସ୍ଥିତ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଆଲୁମିନି ଆସୋସିଏସନ ପକ୍ଷରୁ ନୂତନ ଅଧ୍ୟକ୍ଷ ଡଃ ସଂଜୟ କୁମାର ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ବୈଠକରେ ମହାବିଦ୍ୟାଳୟ ସମ୍ପର୍କରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଥିଲା । ବହୁ ସଂଘର୍ଷ ପରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ କୁ ସରକାରଙ୍କ ପକ୍ଷରୁ ୧୦ ଏକର ଜମିପଟ୍ଟା ରାଜ୍ଯ ସରକାରଙ୍କ ଭୂଲେଖ ଅନଲାଇନ ରେ ଉପଲବ୍ଧକୁ ନେଇ ଟାଙ୍ଗୀ ତହସିଲଦାର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବୈଠକରେ ସାଧୁବାଦ ଦିଆ ଯାଇଥିଲା । ମହାବିଦ୍ୟାଳୟ ଜମିପଟା ପାଇଁ ଅନେକ ସମୟରେ ସହଯୋଗ କରିଥିବା ପୁରାତନ ଛାତ୍ର ମାନଙ୍କୁ ଆସୋସିଏସନ୍ ପକ୍ଷରୁ ଧନ୍ୟବାଦ ସହ କୃତଜ୍ଞତା ଦିଆଯାଇଥିଲା । ଆଲୁମିନି ଆସୋସିଏସନ୍ ସମ୍ପାଦକ ବିଜୟ କୁମାର ପାଲଟାସିଂହଙ୍କ ସହିତ ସଭ୍ୟ ଦୀପକ କୁମାର ପ୍ରଧାନ, ବିଧୁଭୁଷଣ ମହାରଣା, ଉମେଶ ଚନ୍ଦ୍ର ହୋତା, ଗଙ୍ଗାଧର ତ୍ରିପାଠୀ, ବିଭୁତି ଭୂଷଣ ଆଚାର୍ଯ୍ୟ, ଅକ୍ଷୟ କୁମାର ସାହୁ, ଦୁର୍ଗା ପ୍ରସାଦ ନାଥଶର୍ମା, ବିକ୍ରମ କେଶରୀ ସାହୁ, ବ୍ରଜବନ୍ଧୁ କର, ଦିଲ୍ଲୀପ କୁମାର ଖଣ୍ଡାୟତରାୟ ସହିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ମୃତ୍ୟୁଞ୍ଜୟ ରଥ ଓ ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *