ବାଣପୁର ବ୍ଲକ ସ୍ତରୀୟ ଆତ୍ମା ର କୃଷି ବୈଠକ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆତ୍ମା ଅଧକ୍ଷ ଜଗତ ବଲ୍ଲଭ ମହାରଥୀ ଙ୍କ ସଭାପତିତ୍ୱ ରେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବାଣପୁର ବ୍ଲକ ସ୍ତରୀୟ ଆତ୍ମା ର କୃଷି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଯୋଗ ଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ଯଦୁ ପ୍ରଧାନ ! ଆତ୍ମାର ସମସ୍ତ ପ୍ରତନିଧି ମେମ୍ବର ସମେତ ବାଣପୁର ବ୍ଲକର ସମସ୍ତ କର୍ମୀ ଓ କୃଷି ବିଭାଗ ଅଫିସର ଓ କର୍ମଚାରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! କୃଷକ ମାନଙ୍କୁ ସୁବିଧା ସୁଯୋଗ ଓ ଋଣ ସମେତ ସରକାରୀ ଦରରେ ଉନ୍ନତ କିସମ ର ବିହନ, ସାର ଓ ଜଳ ସେଚନ କିଭଳି ଯୋଗାଇ ଦିଆଯିବ ସେହି ବିଷୟ ରେ ଆଲୋଚନା ହୋଇଥିଲା l ସମସ୍ତ ପଞ୍ଚାୟତ ରେ କୃଷକ ମାନେ ଉପକୃତ ହୋଇପାରବେ ସେହି ବିଷୟରେ ଚର୍ଚ୍ଚା ହୋଇଥିଲା l ଆଗାମୀ ଦିନ ମାନଙ୍କରେ ଚାଷୀ ଙ୍କୁ ଉପଯୁକ୍ତ ମୂଲ୍ୟରେ ବିହନ ଯୋଗାଇ ଦିଆଯିବ, ଚାଷୀ ଦୁଃଖ ଦୁର୍ଦଶା ରୁ କିପରି ମୁକ୍ତି ପାଇବେ ଆଲୋଚନା ହୋଇଥିଲା ବୋଲି ଆତ୍ମା ଅଧକ୍ଷ ଜଗତ ବଲ୍ଲଭ ମହାରଥୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *