ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିବ୍ୟାଙ୍ଗଙ୍କ ନିମନ୍ତେ ଓଡିଶା ସରକାର ସହାୟତା ଯୋଗାଇ ଦେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌରାଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷା ଶ୍ରୀମତୀ ପ୍ରାଚୀପ୍ରଭା ସ୍ବାଇଁ, ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି , ବିଜେଡି ଉପ ସଭାପତି ମିଟୁ ପ୍ରଧାନ ଙ୍କ ସମେତ ଚାରି, ପାଞ୍ଚ, ଛ, ସାତ ଓ ଆଠ ନମ୍ବରର ସମସ୍ତ କାଉନସିଲର ମାନେ ଉପସ୍ଥିତ ଥାଇ ପୌରଞ୍ଚଳ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ମାନ ପ୍ରଦାନ କରାଯାଇଥିଲା । ସହାୟତା ଉପକରଣ ମାନଙ୍କ ମଧ୍ୟରେ ସାଇକେଲ , ହୁଇଲ ଚେୟାର , ଶ୍ରବଣ ଯନ୍ତ୍ର ସମେତ ଅନ୍ୟାନ୍ୟ ଉପକରଣ ପ୍ରଦାନ କରିଥିଲେ । ଏତତ ବ୍ୟତିତ ଆସନ୍ତା ନଭେମ୍ବର ମାସ ୯ ତାରିଖରେ ବାଣପୁର ନେହେରୁ ସେବାସଂଘ ଠାରେ ହେବାକୁ ଥିବା ଭିନ୍ନକ୍ଷମ ମେଳାରେ ପୌରାଞ୍ଚଳର ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ମନୋନୀତ ହେବେ । ସେମାନଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।
ବାଣପୁର ବିଜ୍ଞାପିତ ଅଞ୍ଚଳରେ ଦିବ୍ୟାଙ୍ଗଙ୍କ ନିମନ୍ତେ ସହାୟତା !!!

