ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପଞ୍ଚୁଗାଁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଶ୍ରୀ ଶ୍ରୀ ଭଗବତ ଦେବଙ୍କ ମେଳା ମହୋତ୍ସବ ରୀତି ନୀତି ଅନୁସାରେ ଦୁଇଦିନ ବ୍ୟାପି ଧୁମ୍ ଧାମର ସହିତ ଅନୁଷ୍ଠିତ ହୋଇଯାଇଛି । ଗତଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଧୁମ୍ ଧାମର ସହିତ ରୀତି ନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଦିନ ପ୍ରଥମ ଦିବସରେ ଅଧିବାସ ଓ ନାମ ସଂକୀର୍ତ୍ତନ ହୋଇଥିଲା । ଶନିବାର ଶେଷ ଦିନ ନାମ କୀର୍ତ୍ତନ, ବାଦ୍ୟଚର୍ଚ୍ଚା, ନଗର ପରିକ୍ରମା କରିବା ସହିତ ଆବାଳ ବୃଦ୍ଧ ବନିତାଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଞ୍ଚୁଗାଁ ର ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।
ଶ୍ରୀ ଶ୍ରୀ ଭଗବତ ଦେବଙ୍କ ମେଳା ମହୋତ୍ସବ ରୀତି ନୀତିରେ ଅନୁଷ୍ଠିତ !!!

