ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ୪୮ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ରେ ୟଙ୍ଗ ଉତ୍କଳ କ୍ଲବ ଖାନନଗର କଟକ ସହିତ ୟୂନାଟେଡ୍ କ୍ଲବ ଭୁବନେଶ୍ୱର ମଧ୍ୟରେ ଚିତ୍ତାକର୍ଷକ ଖେଳ ଦେଖିବାକୁ ମିଳିଥିଲା ! ଖେଳ ଦେଖିବାକୁ ପ୍ରବଳ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ , ଦର୍ଶକ ମାନେ ଭରପୁର ମନୋରଞ୍ଜନ ପାଇଥିଲେ । ନିର୍ଦ୍ଧାରିତ ସମୟରେ ମଧ୍ୟରେ କେହି କାହାକୁ ଗୋଲ୍ ଦେଇ ପାରିନଥିଲେ ! ଯାହା ଫଳରେ ଟାଇବ୍ରେକର ଜରିଆରେ ୟଙ୍ଗ ଉତ୍କଳ କ୍ଲବ ଖାନନଗର କଟକ କୁ ୟୁନାଇଟେଡ଼ କ୍ଲବ ଭୁବନେଶ୍ବର ୪ / ୩ ଗୋଲ୍ ଦେଇ ବିଜୟ ଲାଭ କରିଥିଲା । ଏହି ରାଜ୍ୟସ୍ତୟ ଫୁଟବଲ ଖେଳକୁ ସେକ୍ ହାୟଦ୍, ଟୁକୁନା ଭୋଇ ପ୍ରମୁଖ ପରିଚାଳନା କରିଥିଲେ । ଏହି ରାଜ୍ୟସ୍ତରୀୟ ଫୁଟବଲ ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସମ୍ମାନୀତ ଅତିଥି ଭାବେ ରୁପେ ପୂର୍ବତନ କଟକ ଚୌଦ୍ବାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ, ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଦିଲ୍ଲିପ କୁମାର ମିଶ୍ର , ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗିରୀଶ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଜସ୍ମିତା ସେଠୀ ଯୋଗ ଦେଇଥିଲେ !

ଅତିଥିମାନେ ସର୍ବପ୍ରଥମେ ଅସୁରେଶ୍ଵର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ପରିସରରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରୁ ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ଖେଳପଡିଆ ସଭା ସ୍ଥଳକୁ ପାଛୋଟି ନେଇଥିଲେ। ଅତିଥି ମାନେ ସେଠାରେ ଖେଳ ଦେଖିବା ସହିତ ଖେଳି ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷ ରେ ଚାମ୍ପିଅନ ହୋଇଥିବା ଦଳ ଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ । ସମ୍ପାଦକ ବିଜୟ କୁମାର ବଳ ସ୍ଵାଗତ ଭାଷଣ ଦେଇଥିଲେ । ଉପସ୍ଥାପକ ଭାବେ ପ୍ରମୋଦ କୁମାର ସାହୁ ସୁନ୍ଦର ଖେଳର ଉପସ୍ଥାପନ କରିଥିଲେ । ଶେଷରେ ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ସଭାପତି ଅନନ୍ତ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

