ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ବାସଭବନରେ ଇଡି ଚଢ଼ାଉ : ସାମ୍ବାଦିକଙ୍କୁ ଢେଲା ମାରିଲେ ଅଭିଯୁକ୍ତର ମା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଖୋଲୁଛି ଅର୍ଚ୍ଚନା ଗୁମର ! ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ସାଥିରେ ରହିଥିବା ଘନିଷ୍ଠ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଙ୍କ ବାଙ୍କୀର ସୁନାଦେଇପୁର ସ୍ଥିତ ବାସ ଭବନରେ ଇଡି ର ଏକ ସ୍ୱତନ୍ତ୍ର ୫ ଜଣିଆ ଟିମ ର ଚଢ଼ାଉ କରିଥିଲେ ! ଇଡି ର ଜେରା ଜାରି ରହିଥିବା ସୂଚନା ପାଇ ଖବର ସନ୍ଧାନ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶ୍ରଦ୍ଧାଞ୍ଜଳି ବେହେରା ର ମା ଢେଲା ପଥର ମାରିବା ସହିତ କାଠ ଫାଳିଆ ଧରି ଗୋଡ଼ାଇଥିଲେ !

ଢେଲା ମାଡ ଓ ଠେଙ୍ଗା ପାହାର ଦେଖି ଜୀବନ କୁ ବଞ୍ଚାଇ ଦୌଡିଲେ ଗଣମଧାମ ପ୍ରତିନିଧି ! ତେବେ ଏଭଳି ଖବର ସଂଗ୍ରହକାରୀଙ୍କୁ ଢେଲା ପଥର ମାଡ ପାଇଁ ଅଭିଯୋଗ ଆଣି କିଛି ଗଣମାଧ୍ୟମ ପ୍ରତିନିଧି ଶ୍ରଦ୍ଧାଞ୍ଜଳି ଙ୍କ ମା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ! ସେପଟେ ଇଡି ର ଆସିଥିବା ଅଧିକାରୀ ମାନେ ଗଣମାଧ୍ୟ୍ୟମ ସମୁଖରେ ରଖିଲେ ନାହିଁ କୌଣସି ପ୍ରତିକ୍ରିୟା !

Leave a Reply

Your email address will not be published. Required fields are marked *