ବାଲିଗୁଡା ରେ ଗଠନ ହେଲା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଗଠନ ହେଲା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ l ବାଲିଗୁଡାର ସର୍ବ ପୁରାତନ ସାହି ନୂଆସାହି ଗ୍ରାମ୍ୟ କମିଟି ର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତିନୋଟି ୱାର୍ଡ ର ମୁଖିଆ ଏବଂ ଯୁବଗୋଷ୍ଠି ଙ୍କୁ ନେଇ ମଞ୍ଚ ଗଠନ ହୋଇଛି ଏବଂ ଏହା ” ମା ଦୁର୍ଗା ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବମଞ୍ଚ ” ନାମରେ ନାମିତ କରାଯାଇଛି l ବେଶ କିଛି ବର୍ଷହେବ ବାଲିଗୁଡା ରେ ଭ୍ରଷ୍ଟାଚାର ଅନ୍ୟାୟ ଅନୀତି ଏବଂ ଦାଦାଗିରି ବଢିଛି , ସରକାରୀ ଓ ବେସରକାରୀ ସ୍ତରରେ ଦୁର୍ନୀତି ପ୍ରିୟା ପ୍ରୀତି ତୋଷଣ ହେଉଛି l ବ୍ଲକ ତହସିଲ ଏବଂ ଏନଏସି ରେ ଲାଞ୍ଚ ନ ଦେଲେ କିଛି କାମ ହେଉନି l କିଛି ଖଳ ପ୍ରକୃତି ର ଲୋକ ପ୍ରଶାସନ କୁ ହାତ ବାରସୀ କରି ଲୋକଙ୍କୁ ଭୟଭିତ କରାଇ ସରକାରୀ ଅର୍ଥ ଲୁଣ୍ଠନ କରି ଚାଲିଛନ୍ତି ! ତାକୁ ପ୍ରତିହତ କରିବା ଏବଂ ସହର ରେ ଭାଇଚାରା ସୃଷ୍ଟି କରିବା ସହିତ ସମାଜ ମଙ୍ଗଳ କାର୍ଯ୍ୟରେ ସଂଗଠନ ନିଜକୁ ନିୟୋଜିତ କରିବା ସହିତ ଅନ୍ୟାୟ ବିରୋଧ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବ ବୋଲି ସଂଗଠନ ର ଆବାହକ ତଥା ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ଉପ ସଭାପତି ଭାବେ ଶିବରାମ ପ୍ରଧାନୀ, ସମ୍ପାଦକ ଗଙ୍ଗାଧର ଭୋଇ, କୋଷାଧକ୍ଷ ଅଶୋକ ସାହୁ, ସହ ସମ୍ପାଦକ କଣ୍ଠେଶ୍ୱର ବାଘ , ପୂର୍ବତନ ସଭାପତି ଇନ୍ଦ୍ରମଣି ପାତ୍ର , ସମ୍ପାଦକ ମନୋରଞ୍ଜନ ବେହେରା , ପୂର୍ବତନ ଉପ ସଭାପତି ବିଶିକେସନ ବିଶିମାଝୀ, ଅବସର ପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରି, ରଂଜିତ ପଣ୍ଡା, ଜଗନ୍ନାଥ ସାହୁ, ମୃତ୍ୟୁଞ୍ଜୟ ପ୍ରଧାନୀ, ଦିଲ୍ଲୀପ ପାତ୍ର, କିଶୋର କୁମାର ପାଳ, ଶୁକଦେବ ନାୟକ, ଫିରୋଜ ନାୟକ, ଆମନ ଅଫତାବ, ସେଲେସ ନାୟକ, ଅର୍ଜୁନ ନାୟକ, ରଂଜିତ ଚୌଧୁରୀ, ସୁବ୍ରତ ପ୍ରଧାନୀ, ଧର୍ମେନ୍ଦ୍ର ପାତ୍ର, ଜଳେନ୍ଦ୍ର ପାତ୍ର ଙ୍କ ସମେତ ଚାରିଶହ ରୁ ଉର୍ଦ୍ଧ ଯୁବକ ଏଥିରେ ସାମିଲ ହୋଇଥିଲେ l ଜାତି ଧର୍ମ ବର୍ଣ୍ଣ ଦଳ ମତ ନିର୍ବିଶେଷରେ ସଂଗଠନ ଟି ଉର୍ଦ୍ଧରେ ରହି କାମ କରିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା l

Leave a Reply

Your email address will not be published. Required fields are marked *