ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଗୁରୁବାର ସେର ଝୋଟି ପ୍ରତିଯୋଗିତାର ଚାରି ପାଳିରେ ମୋଟ ଭଗନେଲେ ୪୧୩୩ ଜଣ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ନିମନ୍ତେ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାରି ରହିଛି ନିରନ୍ତର ପ୍ରୟାସ । ଏହି ପରିପ୍ରେକ୍ଷୀରେ ମାଆ ମାନଙ୍କୁ ନେଇ ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଛି ଅନଲାଇନ ଗୁରୁବାର ସେର ଝୋଟି ପ୍ରତିଯୋଗିତା । ବିଗତ ଚାରିଟି ଗୁରୁବାରରେ ୪୧୩୩ ଜଣ ମାଆ ସେମାନଙ୍କର ଝୋଟି ଚିତ୍ରକୁ ଫାଉଣ୍ଡେସନର ହ୍ଵାଟସପ ସଂଖ୍ୟା ୯୯୩୮୮୧୦୫୩୯ ଓ ୮୩୨୮୮୭୬୦୩୮ରେ ପଠାଇଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ରାହାସ ପୁର୍ଣିମା ମୁରୁଜ ପ୍ରତିଯୋଗିତା କରାଯାଇଥିଲା ଏଥିରେ ୩୨୫୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ଏହି ମୁରୁଜ ଏବଂ ଝୋଟି ଚିତ୍ର ଗୁଡିକ ଭାରତ ସମେତ ବିଭିନ୍ନ ଦେଶର ପ୍ରମୁଖ ଚିତ୍ର ଶିଳ୍ପୀ ଓ ବିଚାରକଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବ l ଏହି କାର୍ଯ୍ୟକ୍ରମରେ ଭାରତରୁ ଆନ୍ତର୍ଜାତିକ ଚିତ୍ରଶିଳ୍ପୀ କେଶୁ ଦାସ, ଚିନ୍ମୟ ଫାଉଣ୍ଡେସନର ନାଇଜେରିଆର ଡେଲଟା ରାଜ୍ୟ ସଂଯୋଜକ ତଥା ଶିଳ୍ପୀ ଏମାନୁଏଲ ଟିମାଡି କେ, ନାଇଜେରିଆ ଦି ଷ୍ଟ୍ରିଟ ନ୍ୟୁଜର ମୁଖ୍ୟ ସମ୍ପାଦିକା ତଥା ଚିନ୍ମୟ ଫାଉଣ୍ଡେସନର ନାଇଜେରିଆ ଦେଶର ସଂଯୋଜିକା ଆଙ୍କେଲ୍ସ ବୋବ୍ସ, ଫାଇଣ୍ଡର ନ୍ୟୁଜପେପର କେନିଆର ସମ୍ପାଦକ ଦା୍ଭିଡ଼ ଗାଚୁହି, ଡ଼ିରାମକିନି ନ୍ୟୁଜପେପର ତାଞ୍ଜାନିଆର ପରିଚାଳନା ନିର୍ଦେଶକ ଗଡ଼ଫ୍ରେ ଇସ୍ମାଏଲି ନଙ୍କୋ, ନାଇଜେରିଆ ସର୍ଭେଇଁଲାନ୍ସ ନ୍ୟୁଜପେପରର ଅଧ୍ୟକ୍ଷ ମଣ୍ଡେ ହୋୟାରଙ୍କ ସମେତ ଦଶଟି ଦେଶର ପ୍ରମୁଖ ବିଚାରକମାନେ ଯୋଗଦାନ କରୁଥିବାର ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି l ଝୋଟି ଓ ମୁରୁଜ ଦୁଇଟି ବିଭାଗର ପ୍ରଥମ ଦଶ ଜଣଙ୍କୁ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ସ୍ତରର ପ୍ରମାଣପତ୍ର ପ୍ରଦାନ କରାଯିବ ଓ ଆଗାମୀ ଗୁରୁବାର ଗୁଡିକରେ ଯେଉଁ ମାଆ ମାନେ ଏଥିରେ ଭାଗ ନେବାକୁ ଚାହୁଁଛନ୍ତି ସେମାନେ ଝୋଟି ପକାଉଥିବା ସମୟର ଫୋଟୋ ଉପରୋକ୍ତ ହ୍ଵାଟସପ ସଂଖ୍ୟାରେ ପଠାଇ ପାରିବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *