ବାଣପୁର ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ଗୀତା ଜୟନ୍ତୀ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ଅଚ୍ୟୁତରାଜପୁର ଠାରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା ଦ୍ୱାରା କେନ୍ଦ୍ର କାର୍ଯ୍ୟାଳୟ ଠାରେ ଗୀତା ଜୟନ୍ତି ଧୁମଧାମର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗର ସଞ୍ଚାଳକ ସତ୍ୟ ନାରାୟଣ ଷଡଙ୍ଗୀ ଯୋଗଦେଇ ଦୈନନ୍ଦିନ ଜିବନରେ ଗୀତା ର ଆବଶ୍ୟକତା ଓ ଗୀତ ପାଠନ କରିବା ଦ୍ଵାରା ମନୁଷ୍ୟର କିପରି ଜ୍ଞାନ ଉଦୟ ହୋଇଥାଏ ତାହାରି ଉପରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଝରଣା ଭଉଣି ମଧ୍ୟ ଏହି ଆଲୋଚନା ଚକ୍ରରେ ଭାଗ ନେଇ ଗୀତା ଶ୍ଳୋକ ପଠନ କରିଥିବା ବେଳେ , କାର୍ଯ୍ୟକ୍ରମକୁ ନଗର ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ପରିଚଳାନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଜିତ ଭାଇ ଓ ସିନ୍ଧୁ ଭାଇ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଂଖଳାର ସହ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *