ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଉପ ଅନୁଷ୍ଠାନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ ପାରଳାଖେମୁଣ୍ଡି ମିଳିତ ଆନୁକୁଲ୍ୟରେ ଟାଉନ୍ ହଲ୍ ଠାରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଙ୍କ ୯୫ ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅନୁପ ପଣ୍ଡା, ଉପ – ଜିଲ୍ଲାପାଳ,ପାରଳାଖେମୁଣ୍ଡି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ, ଗଜପତି , ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ, ସମ୍ପାଦକ ଗୁରୁ ରଘୁନାଥ ପାତ୍ର, ଡ଼ା. ଚନ୍ଦନ ଗନ୍ତାୟତ, ଆବାହକ ମଞ୍ଚାସୀନ ଥିଲେ ଏବଂ ମଞ୍ଚ ପରିଚାଳନ କରିଥିଲେ ଶ୍ରୀଯୁକ୍ତ ଆଦର୍ଶ ଦାଶ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପ ଜିଲ୍ଲାପାଳ ମହୋଦୟ ଅନୁଷ୍ଠାନ ର ପ୍ରୟାସ କୁ ଉତ୍ସାହିତ କରିବା ସହ ଯୁବ ପିଢ଼ିଙ୍କୁ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ କଳା ସଂସ୍କୃତି ପ୍ରିୟ ମାଟିରେ ରଘୁନାଥ ପାଣିଗ୍ରାହୀ ଙ୍କ ସଙ୍ଗୀତ କୁ ଉଜ୍ଜୀବିତ ରଖିବା ପାଇଁ ଅନ୍ୟ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହାପରେ ତାଙ୍କ ସଂଯୋଜିତ ସଙ୍ଗୀତ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ଏବଂ ନୃତ୍ୟ ଶିଳ୍ପୀ ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ଅନେକ ଅନେକ ପ୍ରଶଂସା କରିଥିଲେ ।
ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳନ !!!

