ଖବର ପ୍ରସାରଣ ପରେ ହିତାଧିକାରୀ ଙ୍କୁ ମିଳିଲା ସହାୟତା !!!

0
148

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବାରମ୍ବାର ଖବର ପ୍ରକାଶ ପରେ କଇଁ ଙ୍କ ପରିବାର କୁ ମିଳିଲା ରାସନ ! ସରକାରୀ ସହାୟତା ରୁ ବାଦ ପଡ଼ିଥିବା କଇଁ ନାଏକ ଙ୍କ ଖବର ପ୍ରକାଶ ପାଇବା ପରେ ଆଜି ସ୍ଥାନୀୟ ସରପଞ୍ଚ ଙ୍କ ତତ୍ପରତା ଦେଖିବାକୁ ମିଳିଥିଲା ! ତୁରନ୍ତ ଚାଉଳ, କିରୋସିନ ଏବଂ ଏକ ଜରି ପାଲ ର ବ୍ୟବସ୍ଥା କରିଥିଲେ | ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ସେଥିପାଇଁ ପ୍ରତେକ ପଞ୍ଚାୟତ ରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ ଅଛନ୍ତି , ଗାଁ କୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝିବା ସହ ପଲ୍ଲି ସଭା ମାଧ୍ୟମ ରେ ଲୋକ ଙ୍କ ମତ ଉପସ୍ଥାପନ କରନ୍ତି | ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ବେଗୁନିଆସାହି ଗ୍ରାମରେ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଜରି ପାଲ ତଳେ ରହୁଥିବା ଦେଖିବାକୁ ମିଳିଥିଲା | ପରିବାର କହିଲେ ସ୍ୱାମୀ ପଳଉ ନାଏକ ଦିନ ମଜୁରିଆ ଏବଂ 12 ବର୍ଷ ର ପୁଅ । ଦୁଃଖ କେବେ ତାଙ୍କ ପିଛା ଛାଡିବା ନାଁ ଧରୁନି । ଯଦିଓ ଆଗରୁ ମୂଲ ଲାଗି ଚଳୁଥିଲେ , ବର୍ତ୍ତମାନ ସେତିକ ମଧ୍ୟ ନାହିଁ । ରୋଜଗାର କହିଲେ ଟଙ୍କାଟିଏ ବି ନାହିଁ । ଏଭଳି ପରିସ୍ଥିତିରେ ତାଙ୍କର ଆଜି ପର୍ଯ୍ୟନ୍ତ ଭତା ପାଇ ପାରୁ ନାହାଁନ୍ତି କି ପଞ୍ଚାୟତ ତରଫରୁ କୌଣସି ସରକାରୀ ସହାୟତା ପାଉନାହାନ୍ତି । ତେବେ ସବୁଠାରୁ ବଡ ଦୁଃଖ ହେଲା କି ଚଳିବା ପାଇଁ ଘର ଖଣ୍ଡେ ନଥିବା କାରଣରୁ ସେ ବାଧ୍ୟ ହୋଇ ଏକ ସରକାରୀ ଜାଗା ରେ ଜରି ପାଲ ଘରର ଆଶ୍ରୟ ନେଇଛନ୍ତି । ଅଯୋଗ୍ୟ ବ୍ୟକ୍ତିମାନେ ଆବାସ ଯୋଜନାରେ ଘର ହାତେଇଥିବା ବେଳେ ଆଜି ପର୍ଯ୍ୟନ୍ତ କଇଁ ଙ୍କ ଭଳି ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଙ୍କୁ ତାହା ମିଳି ନପାରିବା ସମସ୍ତଙ୍କୁ ଦୁଃଖିତ କରିଛି । ଏଭଳି କି ସରକାରଙ୍କ ପକ୍ଷରୁ ମିଳୁଥିବା ଚାଉଳ, ଗହମ, କିରୋସିନ ବି ତାଙ୍କ ପାଖରେ ପହଂଚି ପାରିନଥିଲା । ବିଭିନ୍ନ ସମୟରେ ଅଧିକାରୀ ମାନେ ଏହି ଗ୍ରାମକୁ ଆବାସ ଯୋଜନାରେ ଘର ପାଇବାକୁ ଥିବା ହିତାଧିକାରୀଙ୍କୁ ଯୋଗ୍ୟ କିମ୍ବା ଅଯୋଗ୍ୟ ବୋଲି ଚିହ୍ନଟ କରିବାକୁ ଯାଉଥିଲେ ସୁଦ୍ଧା କେହି କଇଁ ଙ୍କୁ ଆଡ ଆଖିରେ ବି ଦେଖନ୍ତି ନାହିଁ । କଇଁ ଙ୍କର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ କେତେବେଳେ କେମିତି ନିଜ ସକ୍ଷମ ଅନୁଯାୟୀ ସାହାର୍ଯ୍ୟ କରୁଥିବା ବେଳେ ସେ ସେହି ଟଙ୍କାରେ ଚଳୁ ଥିବା କହିଛନ୍ତି କଇଁ | ତେବେ ଘଟଣାକୁ ନେଇ ଖବର ପ୍ରକାଶିତ ହେବା ପରେ , ଆଜି ସ୍ଥାନୀୟ ସରପଞ୍ଚ ସମିତା ପ୍ରଧାନ ଙ୍କ ପ୍ରତିନିଧି ଭଗବାନ ପ୍ରଧାନ ନିଜେ ଅସହାୟ କଇଁ ଙ୍କ ପରିବାର ସହିତ ଆଲୋଚନା କରିଥିଲେ ! କିପରି ସେ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ ହୋଇ ପାରିବେ, ତତ ସହିତ ତୁରନ୍ତ କିଛି ରାସନ ସାମଗ୍ରୀ ଏବଂ ଏକ ଜରିପାଲ ର ବନ୍ଦୋବସ୍ତ କରିଥିଲେ ! ହେଲେ ପୂର୍ବରୁ ପଞ୍ଚାୟତ ଅଧିକାରୀ ଙ୍କୁ ରାସନ ଦେବା ପାଇଁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ସେ ଅବହେଳା କରି ରାସନ ଦେଇ ନଥିବା କଥା କହିଛନ୍ତି ଶ୍ରୀ ପ୍ରଧାନ ! ତେବେ ସେ ନିଜେ ଯାଇ ଏବିଷୟ ରେ ବିଡ଼ିଓ ଙ୍କ ସାଙ୍ଗରେ ଆଲୋଚନା କରି ଆବଶ୍ୟକ ସହାୟତା ଯୋଗେଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି | ହେଲେ ଦେଖାଯାଉ କେବେ କଇଁଙ୍କ ପାଖରେ ସମସ୍ତ ସରକାରୀ ସହାୟତା ପହଁହୁଛି |

LEAVE A REPLY

Please enter your comment!
Please enter your name here