ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ନାଗପୁର ଚାମ୍ପିୟାନ ,ସମ୍ବଲପୁର ରନର୍ସ ଅପ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ନାଲିସାଗର ପଡ଼ିଆରେ ଚାଲିଥିବା ସଦାଶିବ ସୃତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନାଗପୁର ଚାମ୍ପିୟନ ଓ ସମ୍ବଲପୁର ଟିମ୍ ରନର୍ସ ହୋଇଛନ୍ତି । ଗ୍ରାଣ୍ଡ ଫାଇନାଲ ରେ ପ୍ରଥମେ ଟସ୍ ଜିତି ଏମ୍ଏସିସି ସମ୍ବଲପୁର ବ୍ୟାଟିଂ ନିଷ୍ପତି ନେଇଥିଲା । ଦଳ ପକ୍ଷରୁ ଅଭିଷେକ ଯାଦବଙ୍କ ୪୬ ବଲ ରେ ୮୧ ରନ୍ ଇନିସ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୦୯ ରନ୍ କରିଥିଲା । ଜବାବରେ ନାଗପୁର କରିମ୍ ସ୍ପୋର୍ଟସ ଏକାଡେମୀ ୧୯ ଓଭରରେ ୭ ଉଇକେଟରେ ୨୧୪ ରନ୍ କରି ବିଜୟୀ ହୋଇଥିଲା । ଚମ୍ପିୟନ ଦଳର ଅଧିନାୟକ କମଲ ତ୍ରିପାଠୀଙ୍କ ବିସ୍ପୋରକ ପାଳି ୧୮ ବଲ୍ ରେ ୫୫ ରନ୍ ଖେଳିବା ସହ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ନାଗପୁର ଟିମ୍ ର ଅଭିଷେକଙ୍କ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଗ୍ରାଣ୍ଡ ଫାଇନାଲ ମ୍ୟାଚ କୁ ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି ପରିଚାଳନା କରିଥିଲେ । ଖେଳର ଧାରା ବିବରଣୀ ବାବୁ ସିନ୍ନା ପ୍ରଦାନ କରିଥିବା ବେଳେ ପବିତ୍ର କୁମାର ସାହୁ ସ୍କୋରର ସହାୟତା କରିଥିଲେ।

ସେହିପରି ଉଦଯାପନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା, ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ , ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ , ସିନେ ତାରକା ସ୍ବରାଜ ଓ ଅଭିନେତ୍ରୀ ତମନ୍ନା ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ଚାମ୍ପିଅନ ଦଳକୁ ୧ ଲକ୍ଷ ତାଙ୍କ ଓ ରନର୍ସ ଦଳକୁ ୬୦ ହଜାର ଟଙ୍କା ଚେକ୍ ପ୍ରଦାନ କରାଗଲା । କ୍ରିକେଟ ଖେଳପ୍ରେମୀ ପ୍ରାୟ ୫୦୦୦୦ ରୁ ଉର୍ଦ୍ଧ ଯୋଗ ଦେଇଥିଲେ । ମାନ୍ୟବର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଶେଷରେ କ୍ରିକେଟ ପ୍ରେମୀ ଙ୍କୁ ପାଇଁ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ରୂପରେଖ ଆଉ ଓ ଉନ୍ନତି କରଣ ପାଇଁ ଓ ଭଲ ଷ୍ଟାଡିୟମ୍ କରିବା ପାଇଁ ୨୦ ଲକ୍ଷ ଟଙ୍କା ପାଣ୍ଠିରୁ ଦେବେ ବୋଲି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *