ବାଣପୁର ବ୍ଲକ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ର ଶିଶୁ ମହୋତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଵାଣପୁର ବ୍ଲକ ର ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଶିଶୁ ମହୋତ୍ସବ , ନାରାୟଣ ମାନସିଂହ ଉଚ୍ଚ ବିଦ୍ୟାଳୟ ଅନ୍ତରକିଆରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ମହୋତ୍ସବକୁ ଓଡିଶା ରାଜ୍ୟ ଓଷ୍ଟା ସଙ୍ଘର ରାଜ୍ୟ ସଦସ୍ୟ ତ୍ରିନାଥ ହୋତା ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ ସଭାପତିତ୍ୱ କରିଥିଲେ । ମଞ୍ଚରେ ନାରାୟଣ ମାନସିଂହ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଃଶାସନ ସାହୁ ଓ ବାଣୀକାନ୍ତ ସାହୁ ଉପସ୍ଥିତ ଥିବା ବେଳେ ବିଚାରକ ଭାବରେ ନାଟ୍ୟ ଗୌରବ ଶ୍ରୀଯୁକ୍ତ ମହେଶ୍ୱର ଜେନା ଓ ସୁଶାନ୍ତ କୁମାର ଦାସ ଉପସ୍ଥିତ ଥିଲେ । ଵାଣପୁର ବ୍ଲକର ଓଷ୍ଟା ସଂଘର ସଂପାଦକ ଜାନକୀ ଵଲଭ ଵିଶ୍ୱାଳ ବିବରଣୀ ପାଠ କରିଥିଲେ । ବ୍ଲକର ବହୁ ଵିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଗଳ୍ପ, କବିତା ଲିଖନ, ଡ୍ରଇଁ, ଜିକେ , ଡ୍ୟାନସ୍ , ସଂଗୀତ ଓ ତର୍କରେ ପ୍ରତିଯୋଗିତାରେ ଭାଗ ନେଇଥିଲେ । କୃତି ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଭାଗ ନେବା ପାଇଁ ମନୋନିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *