ବାଣପୁର ଏକତା ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଏକତା ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟରେ କହିଥିଲେ ” ମାତୃଭୂମି ” ତାର ସେଵାରେ ମୋତେ ନିୟୋଜିତ କରିଥିଲା । ମୁଁ ଜଣେ ଭାରତ ମାତାର ସିପାହୀ ଥଲି । ସେଥିରୁ ଅବସର ନେବାପରେ ମୋ ଜନ୍ମ ମାଟିରେ ସେବା ମନବୃତ୍ତି ନେଇ ପହଞ୍ଚିଛି । ଏ ଅଞ୍ଚଳର ଶିକ୍ଷାନୁଷ୍ଠାନର ଉନ୍ନତି ମୋର ପ୍ରଥମ କର୍ତ୍ତବ୍ୟ ରହିବ । ଏକତା ଵିଦ୍ୟାନିକେତନ, ବାଣପୁରର ବାର୍ଷିକ ଉତ୍ସବ ଅବସରରେ ସଭାପତି ଶିକ୍ଷାବିତ, ନାଟ୍ୟକାର, ଶିଶୁ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଭିକାରୀ ଚରଣ ପ୍ରଧାନ , ସମ୍ପାଦିକା ଶ୍ରୀମତୀ ମୁନି ଓ ପ୍ରତିଷ୍ଠାତା ଅଧ୍ୟାପକ ମନୋଜ ମହାପାତ୍ର ଉପସ୍ଥିତ ରହିଥିଲେ । ଏହି ବିଦ୍ୟାଳୟ ଉତ୍ସବରେ ଅଞ୍ଚଳର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ବ୍ରଜ କିଶୋର ଜେନା ପ୍ରମୁଖ ଙ୍କ ସହ ବହୁ ଅଭିଭାବକ ଉପସ୍ଥିତ ରହିଥିଲେ । ଏହାର ପରିବେଶ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ମାନଙ୍କୁ ଦେଖି ସମସ୍ତେ ଖୁସି ଅନଭବ କଲେ ।

Leave a Reply

Your email address will not be published. Required fields are marked *