ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଗୁରୁ ସାହି ସ୍ଥିତ ରସିକରାଜ ମଠ (ଆପନ୍ନା ପରିଛା) ପରିସରରେ ଏକ ଉପଭୋକ୍ତା ସୁରକ୍ଷା ଓ ଅଧିକାର କର୍ମଶାଳା ଲିଙ୍ଗରାଜ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରିଥିବା ବେଳେ , ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାରୀ ପ୍ରଶାନ୍ତ ମିଶ୍ର, କାର୍ଯ୍ୟକାରିଣୀ ସଭାନେତ୍ରୀ ତନୁଜା ଶତପଥୀ, ପୌରାଞ୍ଚଳ ସଭାପତି ଭାଗବତ ପାଢ଼ୀ ଯୋଗଦେଇ ଗ୍ରାହକର ଅଧିକାର ଏବଂ ସୁରକ୍ଷିତ ଗ୍ରାହକର ବିଭିନ୍ନ ଦିଗକୁ ଆଲୋଚନା କରିଥିଲେ । ଗ୍ରାହକ ନ ଜାଗିଲେ ସମାଜର ଉନ୍ନତି ଅସମ୍ଭବ କହିଥିଲେ । ମୁଖ୍ୟତଃ ଚାରି ଗୋଟି ସାଂପ୍ରତିକ ସମସ୍ୟାକୁ ଆଲୋଚନା କରାଯାଇ ଅତିରିକ୍ତ ପ୍ରସଙ୍ଗ ଗୁଡ଼ିକୁ ପରବର୍ତ୍ତୀ ସମୟରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ । ୧ – ଇଲେକ୍ଟ୍ରୀ ଅନିୟମତା, ୨ – ଗ୍ୟାସ୍ , ୩ – ବସ୍ ଟିକେଟ, ୪ – କିରାଣି ଜିନିଷର କଳାବଜାର ଏବଂ ଠକେଇ ଉପରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପଠାଗଲା । ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାହକ ପୁରୋଧା ଶିଶିର ଭଞ୍ଜ ସାମନ୍ତ , ମଠ ପରିଚାଳକ ମୁରଲୀ ଧର ପରିଚ୍ଛା , ନିତ୍ୟାନନ୍ଦ ଚୌଧୁରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ନିତ୍ୟାନନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାର କମିଟି ଆନୁକୁଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ !!!

