ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଆମ ଚ୍ୟାନେଲ ରେ ପ୍ରସାରିତ ଖବର କୁ ନେଇ ପୁଣି ମିଳିଲା ସହାୟତା ! ପ୍ରସାରିତ ଖବର ରୁ ତଥ୍ୟ ପାଇବା ପରେ ଗୁଡିଏ ଅନୁଷ୍ଠାନ ବେସାହାରାକୁ ସାହାରା ଦିଅନ୍ତି, ନିରୀହ ବ୍ୟକ୍ତିଟିକୁ ନ୍ୟାୟ ଦିଅନ୍ତି ଏବଂ ରୋଗୀକୁ ଉପଯୁକ୍ତ ଚିକିତ୍ସା ଦିଅନ୍ତି l ଆମେ କିଛିଦିନ ତଳେ ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ମାନଗୋବିନ୍ଦପୂର ର ଭିନ୍ନକ୍ଷମ ଦାମ୍ପତିଙ୍କ ବିଷୟରେ ପ୍ରସାରଣ କରିଥିଲୁ l ତାକୁ ଦେଖି କଟକରୁ ମାରୁତି ସେନା ସଂଗଠନ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲା l ଆମ ନିୟୁଜର ପ୍ରଭାବ ଦେଖି ଆମେ ମଧ୍ୟ ଢେର ଖୁସି ଅନୁଭବ କରିଥିଲୁ l ଉକ୍ତ ଅନୁଷ୍ଠାନ ତାଙ୍କୁ କିଛି ପରିବା, କିଛି ରାସନ ସାମଗ୍ରୀ, ଗୋଟିଏ ଆଶାବାଡି ସହ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ l ଅନୁଷ୍ଠାର ସମସ୍ତ ସଦସ୍ୟ ଦମ୍ପତିଙ୍କ ସୁଖଦୁଃଖ ବୁଝିବା ସହିତ, ଉକ୍ତ ପରିବାରକୁ ସାହାଯ୍ୟ କରିବା ପାଇଁ ଆମ ଚାନେଲ ମାଧ୍ୟମରେ ଅନ୍ୟ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରିଥିଲେ l
ଭିନ୍ନକ୍ଷମ ଦମ୍ପତି ଙ୍କୁ ମାରୁତି ସେନା ତରଫରୁ ସାହାଯ୍ୟ !!!

