ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟାଲତା ପାଣିଗ୍ରାହୀ : ଜଳସେଚନ ବିଭାଗର କେନାଲ କୁ ଜେସିବି ଲଗାଇ ଭଙ୍ଗାଯାଇ , ତିଆରି ହେଉଛି ପାଚେରୀ ! କର୍ତ୍ତୃପକ୍ଷ ଏହା ଦେଖି ମଧ୍ୟ ଚୁପ ! ଜଳସେଚନ ବିଭାଗ ଅଧିକାରୀ ତହସିଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଉଥିବା ସମୟରେ , ଜଳସେଚନ ବିଭାଗକୁ ଦୋଷ ଲଦୁଛି ତହସିଲ କାର୍ଯ୍ୟାଳୟ ! ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁନିସିପାଲିଟି ୱାର୍ଡ ନଂ – ୨ ରେ ସାମନାକୁ ଆସିଛି ଏପରି ଘଟଣା !
କିଛି ମୁନାଫାଖୋର ମାଲିକ ଓ ଦଲାଲ ନିଜର କୋଟି କୋଟି ଟଙ୍କାର ସ୍ବାର୍ଥକୁ ଆଖି ଆଗରେ ସରକାରୀ ସମ୍ପତ୍ତିକୁ ଭାଙ୍ଗି ସେଠାରେ ପାଚେରୀ ନିର୍ମାଣ କରି ପ୍ଲଟିଂ କରାଯାଇଥିଲା । ସେ ବିଷୟରେ ଜଳସେଚନ ବିଭାଗର ନିର୍ବାହୀ ଅଧିକାରୀ ସମ୍ପତ୍ତି ନଷ୍ଟ କରିବା ବେନିୟମ ବୋଲି କହୁଥିବା ବେଳେ ତହସିଲଦାର ଏନ୍ ଜନଜୀବନ ଚୌଧୁରୀ ମୁନାଫାଖୋର ମାଲିକଙ୍କୁ ନୋଟିସ୍ କରିବେ ବୋଲି କହିଥିଲେ । ଏବଂ ତହସିଲଦାର ଜଳସେଚନ ବିଭାଗକୁ ଦୋଷ ଠେଲୁଥିବା ବେଳେ ଜଳସେଚନ ବିଭାଗ ତହସିଲଦାର ହିଁ ଇରିଗେସନ ଅଫିସର ସେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ବୋଲି ଜଳସେଚନ ବିଭାଗର ଅଧିକାରୀ କହୁଛନ୍ତି । ଏଭଳି ଭାବେ ଦୁହେଁ ଦୁହିଁଙ୍କୁ ଦୋଷ ଠେଲୁଥିବା ବେଳେ ମାଲିକ ମାନେ ବେଧଡକ ପାଚେରୀ କାମ କରୁଥିବା ଦେଖିବାକୁ ମିଳିଛି । ପ୍ରଶାସନର ଏଭଳି ଢିଲା କାର୍ଯ୍ୟାନୁଷ୍ଠାନ ଦ୍ବାରା ଜମି ମାଫିଆ ମାନେ ନିଜର ଫାଇଦା ପାଇଁ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ସରକାରୀ ସମ୍ପତ୍ତି ହଡପ କରିବା ପାଇଁ ପଛଘୁଞ୍ଚା ଦେଉନାହାଁନ୍ତି ।