ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରାମୋରୀ ଗ୍ରାମରେ ଥିବା ମା ” କଙ୍କଡ଼ାଶୁଣି ଦେବୀଙ୍କ ବାର୍ଷିକ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି । ଏହି ଯଜ୍ଞ ଉତ୍ସବ ମୋରାମରି ଗ୍ରାମର ପାଇକ ସାହି, ମଝିସାହି, ଝରସାହିର ଲୋକମାନଙ୍କ ସହଯୋଗରେ ହୋଇଥିବା ଜଣାପଡିଛି । ଏହି ଯଜ୍ଞରେ ଲୋକମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ଦୁଇ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଦିନ ୯:୩୦ ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଣ୍ଟିକାରେ ପୂର୍ଣାହୁତି କରାଯାଇଥିଲା । ପୂର୍ଣାହୁତି ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଲୋକମାନଙ୍କ ଭିଡକୁ ଦେଖି ଗ୍ରାମବାସୀଙ୍କ ତରଫରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
ବାଣପୁର ମୋରାମୋରୀ ଗ୍ରାମର ମା”କଙ୍କଡ଼ାଶୁଣି ଦେବୀଙ୍କ ବାର୍ଷିକ ଯଜ୍ଞ ଉତ୍ସବ ଅନୁଷ୍ଠିତ !!!

