ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ନିରଞ୍ଜନ ଭୂୟାଁ, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଉଦ୍ୟାନ ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ପାଣି ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ହେଲା ଚାଷି ଜଳର ସୁ ବିନିଯୋଗ କରିବା ସଙ୍ଗେ ସଙ୍ଗେ ଅର୍ଥକାରୀ ଫସଲ କରି ଚାଷୀର ଆୟ ଦ୍ୱିଗୁଣିତ ହୋଇ ପାରିବ ବୋଲି ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ମୁଖ୍ୟ କୃଷି ଅଧିକାରୀ ଚାଷୀଙ୍କୁ ବୁଝାଇଥିଲେ । ସେହିପରି ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ , ଉଦ୍ୟାନ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ଯୋଜନା ଚାଷୀଙ୍କୁ ବୁଝାଇଥିଲେ । ସେହିପରି ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ କ୍ଷେତ ପୋଖରୀ ପ୍ରତ୍ୟେକ ଚାଷି କରିବା ଦ୍ବାରା ଚାଷି ମିଶ୍ରିତ ଚାଷ କରି ଲାଭବାନ ହୋଇ ପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପାଣି ପଞ୍ଚାୟତ ର ସଦସ୍ୟ ଓ ସଭାପତି ସମ୍ପାଦକ, କୃଷକ ନେତାଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ବିଭାଗର କର୍ମଚାରୀ ମାନେ ସହଯୋଗ କରି ସୁପରିଚାଳନା କରିଥିଲେ ।
ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ !!!

