ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନିର୍ମାଣ କାର୍ଯ୍ୟ ସରିବାର ଏକ ବର୍ଷ ମଧ୍ୟରେ ବିଦ୍ୟାଳୟ ପାଚେରୀ ଭୁଷୁଡି ପଡିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ! ଅଳ୍ପକେ ବର୍ତ୍ତିଲେ ବିଦ୍ୟାଳୟ ର କୋମଳମତି ଛାତ୍ର ଛାତ୍ରୀ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ବିଭିନ୍ନ ଘଟଣା ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ ! ବିଭିନ୍ନ ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ହେଉ , କିମ୍ବା ରାସନ୍ କାର୍ଡ ଜାଲିଆତି ହେଉ , ଦୁର୍ନୀତି ସିମା ଲଙ୍ଘିଥିବା ବେଳେ ଆଜି ପୁଣି ଏକ ଘଟଣା ବ୍ଲକ ପ୍ରଶାସନକୁ ଚର୍ଚ୍ଚାକୁ ଆଣିଛି ।

ଅଭିଯୋଗ ଅନୁଯାୟୀ ନୂଆଗାଁ ବ୍ଲକ ପାରାଢିପୀ ପଞ୍ଚାୟତ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ମସ୍କାବାରୀ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ ରୁ ଉର୍ଦ୍ଧ ପିଲା ପଢନ୍ତି ! ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରେ କୋମଳମତି ପିଲା ମଧ୍ୟ ପଢନ୍ତି । ଏହି ବିଦ୍ୟାଳୟ ପାଚେରୀ ପାଇଁ ୨୦୨୦ / ୨୧ ରେ କେନ୍ଦ୍ରୀୟ ଅର୍ଥ ଆୟ ପଂଚାୟତ ସମିତି ଅଂଶ ରୁ ଏକ ଲକ୍ଷ ୮୨ ହଜାର ୧୫୬ ଟଙ୍କା ଖର୍ଚ୍ଚ ରେ ଏକ ପାଚେରୀ ନିର୍ମାଣ ହୋଇଥିଲା ! କାର୍ଯ୍ୟ ସରିବାର ଏକବର୍ଷ ନ ପୁରୁଣୁ ବିନା ବର୍ଷା ପବନରେ ପାଚେରୀ ଭୁଷୁଡି ପଡିବା ଯୋଗୁଁ ଅଳ୍ପକେ ବର୍ତ୍ତିଛନ୍ତି ଛାତ୍ର ଛାତ୍ରୀ ! ପ୍ରତ୍ୟେକ ଦିନ ଏହି ଜାଗାରେ ଛାତ୍ର ଛାତ୍ରୀ ଖେଳକୁଦ କରୁଥିବା ବେଳେ ଆଜି ସେମିତି କିଛି ଦୁର୍ଘଟଣା ଘଟିନାହିଁ ! ଏକ ବଡ ଧରଣର ଅଘଟଣ ରୁ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି ! ଏପଟେ ବ୍ଲକ ପ୍ରଶାସନ ର ନିମ୍ନମାନର କାର୍ଯ୍ୟ ଦାଣ୍ଡରେ ପଡି ହାଟରେ ଗଡୁଥିବା ଆଲୋଚନା ହେଉଛି । ଏହି ବିଷୟରେ ଜିଲ୍ଲାପାଳଙ୍କ ଦୁଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ଏହି ବିଷୟରେ ବ୍ଲକ ବିଡ଼ିଓ ପ୍ରମୋଦ କୁମାର ନାୟକ ଓ ଆସିଷ୍ଟାଣ୍ଟ ଇଂଜିନିୟରି ଙ୍କ ସହିତ ଯୋଗାଯୋଗ କରିଥିଲୁ , ହେଲେ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା !

